THE BYAPINI

ଭୂତାଣୁ ଅଟକାଇବ ଅପଡେଟ ଭ୍ୟାକ୍ସିନ

Get real time updates directly on you device, subscribe now.

ଭ୍ୟାକ୍ସିନ ଅପଡେଟ ହେବ, ଭୂତାଣୁ ମରିବ । ନୂଆ ଷ୍ଟ୍ରେନ ରୋକିବାକୁ ଦରକାର ଟୀକାର ଅପଡେଟ । ଭାରତରେ ନୂଆ ଷ୍ଟ୍ରେନ ପାଇଁ ସଂକ୍ରମଣ ଦୃତ ଗତିରେ ବଢି ଚାଲିଛି ଆଉ ଏହାକୁ ରୋକିବାକୁ ହେଲେ ଟୀକାର ଅପଡେଟ ଆବଶ୍ୟକ । ଭ୍ୟାକ୍ସିନ ଅପଡେଟ ନହେଲେ ନୂଆ ଷ୍ଟ୍ରେନକୁ ରୋକି ହେବନି କି ତା ସହ ଲଢେଇ କକିହେବନି । କରୋନାର ୨ୟ ଲହରରେ ଟୀକାକରଣକୁ ଜୋରଦାର କରାଯାଉଥିବା ବେଳେ ଏଭଳି ଏକ ସୂଚନା ଦେଇଛନ୍ତି କେନ୍ଦ୍ର ସରକାରଙ୍କ ବେଜ୍ଞାନିକ ପରାମର୍ଶଦାତା କେ. ବିଜୟ ରାଘବନ ।

ତେବେ ଭାରତରେ ଦୈନିକ ସଂକ୍ରମଣ ୨ ଲକ୍ଷ ପାର କରୁଥିବା ବେଳେ ଦୈନିକ ମୃତ୍ୟୁ ସଂଖ୍ୟା ୪ ହଜାର ମୁହାଁ ହେଲାଣି । ଏପରି ସ୍ଥଳରେ ଟୀକାକରଣକୁ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି । ସମସ୍ତଙ୍କୁ ଟୀକା ନେବାକୁ ପରାମର୍ଶ ଦେଉଛନ୍ତି ସରକାର । ପ୍ରଥମ ପର୍ଯ୍ୟାୟରେ ବୟସ୍କ ବ୍ୟକ୍ତିଙ୍କୁ ଟୀକା ଦିଆଯାଇଥିଲା । ଆଉ ଏବେ ୩ୟ ପର୍ଯ୍ୟାୟରେ ୧୮ରୁ ୪୫ ବର୍ଷର ବ୍ୟକ୍ତିଙ୍କୁ ଟୀକାକରଣ କରାଯାଉଛି । ଏତିକି ବେଳେ ନୂଆ ଷ୍ଟ୍ରେନ ସହ ଲଢେଇ ପାଇଁ ଭ୍ୟାକ୍ସିନର ଅପଡେଟ ଜରୁରୀ ବୋଲି କୁହାଯାଉଛି ।

ସେପଟେ କରୋନାର ତୃତୀୟ ଲହର ନେଇ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି ରାଘବନ । ୨ୟ ଲହର ସରିନଥିବା ବେଳେ ଆସୁଛି ୩ୟ ଲହର । ଆହୁରି କଲବଲ କରି ମାରିବ କରୋନା । ମାନବଜାତିକୁ ପୁଣି ଥରେ ମହାମାରୀ ମୃତ୍ୟୁର ମୁହଁକୁ ଠେଲିଦେବ । ୨ୟ ଲହରର ଦାରୁଣ ଦୁଃଖ ଦେଶ ଭୋଗି ଚାଲିଥିବା ବେଳେ ଏବେ ପୁଣି ୩ୟ ଲହରର ଆସିବାର ଖବର ସମସ୍ତଙ୍କୁ ଛାନିଆ କରିଛି । ତୃତୀୟ ଲହର କେବେ ଆସିବ, କେତେବେଳେ ଆସିବ କାହାକୁ ଜଣାନାହିଁ ।

Get real time updates directly on you device, subscribe now.

Leave A Reply

Your email address will not be published.