THE BYAPINI

ଟିକାକରଣ ପାଇଁ ପ୍ରସ୍ତୁତ ଭାରତ

Get real time updates directly on you device, subscribe now.

ଅପେକ୍ଷାର ଅନ୍ତ । କରୋନା ବିରୋଧୀ ନିର୍ଣ୍ଣାୟକ ଲଢେଇ ପାଇଁ ପ୍ରସ୍ତୁତ ଭାରତ । ଆସନ୍ତାକାଲିଠୁ ସାରା ଦେଶରେ ଆରମ୍ଭ ହେବ କରୋନା ଟିକାକରଣ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ୟ୍ୟକ୍ରମର ଶୁଭାରମ୍ଭ କରିବେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । କାଲି ଦେଶର ୩ ହଜାର ୬ଟି କେନ୍ଦ୍ରରେ ହେବ ମେଗା ଟିକାକରଣ ।

କାଲି ରାଜ୍ୟର ୧୬୧ଟି ଟିକାକରଣ କେନ୍ଦ୍ରରେ ଟିକା ଦିଆଯିବ । ରାଜ୍ୟରେ ୩ ଲକ୍ଷ ୩୮ ହଜାର ସ୍ୱାସ୍ଥ୍ୟକର୍ମୀ ତାଙ୍କ ଟିକା ପାଇ ନାମ ପଞ୍ଜୀକୃତ କରିଛନ୍ତି। ରାଜ୍ୟରେ ୧୬୧ଟି ସ୍ଥାନରେ ଟିକାକରଣ କରାଯିବ। ଅବଜରଭେସନ ଓ ୱେଟିଂ ରୁମ ଓ ଭ୍ୟାକସିନ ରୁମ ପ୍ରସ୍ତୁତ ରଖାଯାଇଛି। ଟିକାକରଣ ପାଇଁ ୫ ଜଣିଆ ଟିମ୍ ସବୁକୁ ତାଲିମ ଦିଆଯାଇଛି। ପ୍ରତି ଜିଲ୍ଲାକୁ କେନ୍ଦ୍ରର ନୂଆ ଗାଇଡଲାଇନ ପଠାଯାଇଛି। ସେମାନଙ୍କ ମଧ୍ୟରୁ ପ୍ରଥମ ଦଫାରେ ୧ଲକ୍ଷ ୯୨ ହଜାର ଜଣଙ୍କୁ ଟିକା ଦିଆଯିବ ବୋଲି ସୂଚନା ମିଳିଛି। ତେବେ କେଉଁମାନଙ୍କୁ କରୋନା ଟିକା ଦିଆଯିବ, କେଉଁମାନଙ୍କୁ ଦିଆଯିବ ନାହିଁ । ତାକୁ ନେଇ ଲୋକଙ୍କ ମନରେ ପ୍ରଶ୍ନ ରହିଥିବା ବେଳେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦେଶକ ଏନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି । ଗର୍ଭବତୀ ମହିଳା, ଗୁରୁତର ଅସୁସ୍ଥ ବ୍ୟକ୍ତି, ମେଡିକାଲରେ ଭର୍ତି ହୋଇଥିବା ରୋଗୀ, ୧୪ ଦିନ ଭିତରେ କୌଣସି ଟିକା ନେଇଥିଲେ ତାଙ୍କୁ କରୋନା ଟିକା ଦିଆଯିବ ନାହିଁ ବୋଲି ସେ କହିଛନ୍ତି,।

ସେପଟେ ଭୁବନେଶ୍ୱରରେ କେବଳ କୋଭାକ୍ସିନ୍ ଟିକା ଦିଆଯିବ। ଭୁବନେଶ୍ୱରରେ ପୂର୍ବରୁ ୫ଟି କେନ୍ଦ୍ର କରାଯାଇଥିବା ବେଳେ ଏବେ ଏମ୍ସ ହସ୍ପିଟାଲ ସାମିଲ ପରେ ଟିକାକେନ୍ଦ୍ର ସଂଖ୍ୟ ୬କୁ ବୃଦ୍ଧି ପାଇଛି। ଭୁବନେଶ୍ୱରରେ ଗୋଟିଏ କେନ୍ଦ୍ରରେ ଦୈନିକ ଶହେ ଜଣଙ୍କୁ ଟିକା ଦିଆଯିବ। ଭୁବନେଶ୍ୱରରେ ପ୍ରଥମ ପର୍ୟ୍ୟାୟରେ ଟିକାକରଣ ପାଇଁ ମୋଟ ୨୬ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ପଞ୍ଜିକୃତ କରାଯାଇଛି। ଟିକାକରଣ ସକାଳ ୯ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ଯାଏଁ ଚାଲିବ। ଭ୍ୟାକସିନ୍ ସିସି ଖୋଲାଯିବାର ୪ ଘଣ୍ଟା ଭିତରେ ତାକୁ ବ୍ୟବହାର କରିନେବାକୁ ପରାମର୍ଶ ଦିଆଯାଇଛି। ବିଏମ୍ସି ପ୍ରଥମ ପର୍ୟ୍ୟାୟରେ ଯେତିକି ଭ୍ୟାକ୍ସିନ ପାଇଛି ସେଥିରେ ଭୁବନେଶ୍ୱରର ମୋଟ ୯ ହଜାର ଲୋକଙ୍କୁ ଟିକା ଦିଆଯିବ ବୋଲି କହିଛନ୍ତି ବିଏମସି କମିଶନର। ୨୮ଦିନ ପରେ ସେମାନଙ୍କୁ ଦିଆଯିବ ଦ୍ୱିତୀୟ ଡୋଜ୍ ଟିକା।

Get real time updates directly on you device, subscribe now.

Leave A Reply

Your email address will not be published.