THE BYAPINI

ବାପା ହେଲେ ବିରାଟ

Get real time updates directly on you device, subscribe now.

ବାପା ହେଲେ ବିରାଟ କୋହଲି । ଭାରତୀୟ କ୍ରିକେଟ୍ ଟିମ୍‌ର ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମାଙ୍କର କନ୍ୟା ସନ୍ତାନ ଜନ୍ମ ନେଇଛି । ଅନୁଷ୍କା ଓ ବିରାଟଙ୍କ ଝିଅ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଜନ୍ମ ହୋଇଛି । ଏନେଇ ଟ୍ୱିଟ କରି ବିରାଟ କୋହଲି ଖୁସି ବ୍ୟକ୍ତ କରିବା ସହ ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି ।

ଟ୍ୱିଟ୍‌ କରି ବିରାଟ କହିଛନ୍ତି, ଅପରାହ୍ନରେ ଆମର ଏକ ଶିଶୁ କନ୍ୟା ଜନ୍ମ ନେଇଛି । ସମସ୍ତଙ୍କ ଆଶିର୍ବାଦ, ପ୍ରାର୍ଥନା ଏବଂ ଭଲପାଇବା ପାଇଁ ଅଶେଷ ଅଶେଷ ଧନ୍ୟବାଦ । ଉଭୟ ଝିଅ ପତ୍ନୀ ଅନୁଷ୍କା ଶର୍ମା ସୁସ୍ଥ ଅଛନ୍ତି । ଏକ ନୂଆ ଜୀବନ ଆରମ୍ଭ ହେବାକୁ ଯାଉଛି । ଆଶା କରୁଛୁ ଆପଣମାନେ ସେମିତି ଆମକୁ ଭଲାପାଇବା ଜାରି ରଖିବେ’ କହିଛନ୍ତି ବିରାଟ ।
ଅଗଷ୍ଟ ୨୦୨୦ ମସିହାରେ ଅନୁଷ୍କା ନିଜ ଗର୍ଭବତୀ ହେବାର ସୂଚନା ଦେଇଥିଲେ । ବିରାଟ ଟ୍ୱିଟରରେ ଏକ ଫଟୋ ପୋଷ୍ଟ କରିବା ସହ ଏହି ଅନୁଷ୍କା ଗର୍ଭବତୀ ଥିବା ଖବର ଦେଇଥିଲେ । ଏହି ଖବର ପାଇବା ପରେ ଉଭୟଙ୍କ ଫ୍ୟାନଙ୍କ ମଧ୍ୟରେ ଖୁସିର ଲହରୀ ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.