THE BYAPINI

ଗୁଜୁରାଟରେ ୧୦ ଜଣ ପାକିସ୍ତାନୀଙ୍କୁ ଅଟକ

Get real time updates directly on you device, subscribe now.

ଗୁଜୁରାଟରେ ୧୦ ଜଣ ପାକିସ୍ତାନୀଙ୍କୁ ଅଟକ ରଖିଲା ତଟରକ୍ଷା ବାହୀନି । ଏ ସମସ୍ତ ପାକିସ୍ତାନୀ ‘ୟାସୀନ’ ନାମକ ଏକ ଡଙ୍ଗାରେ ଥିଲେ । ଏହି ଘଟଣା ଜାନୁଆରୀ ୮ ତାରିଖ ରାତିରେ ଏକ ଅପରେଶନ ବେଳେ ଘଟିଥିଲା । ସେମାନଙ୍କୁ ପଚରା ଉଚରା ପାଇଁ ପୋର ବନ୍ଦର ନିଆଯାଇଥିବା ସୂଚନା ମିଳିଛି । ଏହା ପୂର୍ବରୁ ଗୁଜୁରାଟର ତଟରୁ ପୂର୍ବବର୍ଷ ସେପ୍ଟେମ୍ବର ମାସରେ ଏକ ଡଙ୍ଗାକୁ ତଟରକ୍ଷା ବାହୀନି ଜବତ କରିଥିଲା । ଏଥିରେ ୧୨ ଜଣ ପାକିସ୍ତାନୀ କ୍ରୁ ମେମ୍ବର ଧରାପଡିଥିଲେ । ଏବେ ଦେଖାଯାଉଛି କି ସୁମୁଦ୍ର ପଥରେ ଭାରତ ସମେତ ଅନ୍ୟଦେଶ ମାନଙ୍କୁ ଡ୍ରଗ୍ସ ସପ୍ଲାଏ କରାଯାଉଛି । ପୂର୍ବ ମାସରେ ଭାରତୀୟ କୋଷ୍ଟ ଗାର୍ଡ ଓ ଗୁଜୁରାଟ ଏଟିଏସ ପକ୍ଷରୁ ଏକ ମିିିଳିତ ଅପରେଶନ କରାଯ୍ଧବ ପାକିସ୍ତାନୀ ଡଙ୍ଗା ‘ଅଲ ହୋସେନ’ କୁ ଧରିଥିଲେ । ଯାଂଚ ବେଳେ ଏହି ଡଙ୍ଗାରୁ ୭୭ କିଲୋ ଡ୍ରଗ୍ସ ଜବତ କରାଯାଇଥିଲା । ଅର୍ନ୍ତରାଷ୍ଟ୍ରୀୟ ବଜାରରେ ଏହାର ଆନୁମାନିକ ମୂଲ୍ୟ ୪୦୦ କୋଟି ଟଙ୍କାରୁ ଅଧିକ ହେବ ବୋଲି କୁହାଯାଇଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.