THE BYAPINI

ହକି ଖେଳାଳିଙ୍କୁ ସ୍ୱାଗତ ପାଇଁ ପ୍ରସ୍ତୁତି

Get real time updates directly on you device, subscribe now.

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଭାରତୀୟ ହକି ଟିମ୍ । କାଲି ୧୧ଟା ବେଳେ ଭୁବନେଶ୍ୱରରେ ପହଞ୍ଚିବେ ଉଭୟ ମହିଳା ଓ ପୁରୁଷ ହକି ଟିମ୍‌ର ଖେଳାଳି। ସେମାନଙ୍କୁ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟତ ସମ୍ବର୍ଦ୍ଧିତ କରିବେ। ଖେଳାଳିଙ୍କ ସ୍ୱାଗତ ପାଇଁ ଭୁବନେଶ୍ୱର ପ୍ରସ୍ତୁତ। ବିମାନବନ୍ଦର ମୁଖ୍ୟରାସ୍ତାରେ ହକି ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବାକୁ ବଡ଼ ବଡ଼ ପୋଷ୍ଟର ଲାଗିଛି। ଖେଳାଳି ରହିବା ପାଇଁ ରାଜଧାନୀର ସାଣ୍ଡି ଟାୱାର ହୋଟେଲରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ପୁରୁଷ ହକି ଟିମ୍ ବ୍ରୋଂଜ ମେଡାଲ ଜିତିବା ପରେ ଓଡ଼ିଶା ଆସିବା ପାଇଁ ଆମନ୍ତ୍ରଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହୋଟେଲରେ ଖେଳାଳିଙ୍କ ଖାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସକାଳ ଜଳଖିଆଠାରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ ଓ ରାତ୍ରୀ ଭୋଜନର ବ୍ୟବସ୍ଥା ହୋଇଛି । ହୋଟେଲ ପକ୍ଷରୁ ଖେଳାଳିଙ୍କ ପାଇଁ ମେନ୍ୟୁ ପ୍ରସ୍ତୁତ କରାଯାଇଛି । ବ୍ରେକଫାଷ୍ଟରେ ଫ୍ରୁଟ୍ ବାସ୍କେଟ, ଫ୍ରେସ ଫ୍ରୁଟ୍ ଜୁସ, ମିଲ୍କ ସେକ୍ , କର୍ଣ୍ଣଫ୍ଲେକ୍ସ, ଚକୋଫ୍ଲେକ୍ସ, ମୁସଲି, ହ୍ୱାଇଟ ଆଣ୍ଡ ବ୍ରାଉନ ବ୍ରେଡ, କ୍ରୋସେଣ୍ଟ, ମଫିନ୍ସ ଭଳି ବିଭିନ୍ନ ସୁସ୍ୱାଦୁ ଖାଦ୍ୟ ରହିଛି।ସେହିପରି ମଧ୍ୟାହ୍ନ ଭୋଜନରେ ସାଦାରେ ସୁଫିଆନା ପନିର ଟିକା, କ୍ରିସ୍ପ କର୍ଣ୍ଣ କବାବ୍ ଓ ଆମିଷରେ ଲସୁନୀ କବାବ୍, ତନ୍ଦୁରୀ ଚିକେନ, ସେଜଓ୍ୱାନ ପ୍ରନ୍, ଫିସ୍ ଫିଙ୍ଗର ଆଦି ରହିଛି। ସେହିପରି ଭେଜ୍‌ ବର୍ଣ୍ଣଟ୍‌ ବଣ୍ଡ ଗାର୍ଲିକ ସୁପ୍, ସାଲାଡ, ଫଳ, ପାମ୍ପଡ଼, ଆଚାର, ଚଟନି ରହିଛି। ଏହାସହ ମଟନ ଦମ୍ ବିରିୟାନି, ବଟର ଚିକେନ, ପେପର ଗାର୍ଲିକ ଫିସ୍, ପ୍ରନ ମନପସନ୍ଦ, ମଟନ କୁର୍ମା ଭଳି ସୁସ୍ୱାଦୁ ଖାଦ୍ୟ ଆମିଷ ମେନ୍ୟୁରେ ରହିଛି। ସାଦାରେ ମେଥି କର୍ଣ୍ଣ ପନିର ପାଲକ, ଦେଓ୍ୱାନୀ ହାଣ୍ଡି, ଭେଣ୍ଡି ଓନିଅନ ଟମାଟୋ ଫ୍ରାଏ, ଡାଲ୍ ଫ୍ରାଏ, ଚିଲ୍ଲି ମସରୁମ, ବେବିକର୍ଣ୍ଣ ଭଳି ଅନେକ ପ୍ରକାର ଖାଦ୍ୟ ପ୍ରସ୍ତୁତ କରାଯିବ। ମିଠାରେ ଛେନାପୋଡ଼, ରସଗୋଲା, ଗୋଲାପଜାମୁ ଓ ଆଇସକ୍ରିମ ରହିଛି।
ପୁରୁଷ ହକି ଦଳ ଚାରି ଦଶନ୍ଧି ପରେ ଟୋକିଓ ଅଲିମ୍ପିକ୍ସରେ ବ୍ରୋଂଜ ମେଡାଲ ଜିତି ଇତିହାସ ରଚିଛନ୍ତି । ସେହିପରି ମହିଳା ଦଳ ମଧ୍ୟ ପ୍ରଥମ ଥର ଅଲିମ୍ପିକ୍ସ ସେମିଫାଇନାଲରେ ପ୍ରବେଶ କରିଥିଲେ । ବ୍ରୋଂଜ ମେଡାଲ ମ୍ୟାଚରେ ପରାସ୍ତ ହୋଇଥିଲେ ବି ସମସ୍ତଙ୍କ ହୃଦୟ ଜିତିଥିଲେ ମହିଳା ହକି ଖେଳାଳି । ପୁରୁଷ ହକି ଦଳରେ ଦୁଇ ଓଡ଼ିଆ ଖେଳାଳି ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ଥିବାବେଳେ ମହିଳା ଦଳରେ ଦୀପଗ୍ରେସ୍ ଏକ୍କା ଓ ନମିତା ଟପ୍ପୋ ରହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.