THE BYAPINI

ହକିରେ ହାରିଲା ଭାରତ..ଏବେ ବି ରହିଛି ପଦକ ଆଶା

Get real time updates directly on you device, subscribe now.

ଟୋକିଓ ଅଲିମ୍ପିକ୍ସ ପୁରୁଷ ହକି ସେମିରେ ଜିତିଲା ବେଲଜିୟମ୍ । ବେଲଜିୟମ ଠାରୁ ୫-୨ ଗୋଲ୍‌ରେ ହାରିଲା ଭାରତ।ଭାରତକୁ ହରାଇ ଫାଇନାଲରେ ବେଲଜିୟମ ପହଞ୍ଚିଛି। ଏବେ ଭାରତ ବ୍ରୋଞ୍ଚ୍ ପାଇଁ ଲଢେଇ କରିବ। ଆଜି ହେବାକୁ ଥିବା ଅଷ୍ଟ୍ରେଲିଆ ଓ ଜର୍ମାନୀ ମଧ୍ୟରେ ଯିଏ ବିଜୟ ହେବ ସିଏ ଫାଇନାଲକୁ ଯିବ। ଯିଏ ହାରିବ, ସେ ଭାରତ ବିପକ୍ଷରେ ମ୍ୟାଚ ଖେଳିବ।
ଲ୍ ସ୍କୋର ପାଇଁ ବେଲଜିୟମକୁ ବାରମ୍ବାର ମିଳିଥିଲା ପେନାଲଟି କର୍ଣ୍ଣର । ଚତୁର୍ଥ କ୍ୱାର୍ଟରରେ ଲଗାତାର ୩ଟି ଗୋଲ୍ ଦେଲା ବେଲଜିୟମ୍ । ଭାରତ ପକ୍ଷରୁ ପ୍ରଥମ ଗୋଲ ସ୍କୋର କରିଥିଲେ ହରମନପ୍ରୀତ ସିଂହ । ସେହିପରି ଦ୍ୱିତୀୟ ଗୋଲ ସ୍କୋର କରିଥିଲେ ମନପ୍ରୀତ ସିଂ । ଭାରତ ପାଖାପାଖି ୯ଟି ପେନାଲଟି କର୍ଣ୍ଣର ପାଇଥିବା ବେଳେ ଗୋଟିଏ ଗୋଲ ଦେବାରେ ସକ୍ଷମ ହୋଇଥିଲା । ସେପଟେ, ପୁରୁଷ ହକି ଟିମର ପରାଜୟ ପରେ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟ୍ କରିଛନ୍ତି । ଜିତିବା ଓ ହାରିବା ଜୀବନର ଏକ ଅଂଶ । ଭାରତୀୟ ଖେଳାଳି ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି । ଆମର ଖେଳାଳିଙ୍କୁ ନେଇ ଦେଶ ଗର୍ବିିତ । ଆଗାମୀ ମ୍ୟାଚ୍ ପାଇଁ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.