ଭୁବନେଶ୍ୱରରେ ଭାରତୀୟ ହକି ଟିମ୍
ଓଡିଶାରେ ଭାରତୀୟ ପୁରୁଷ ଓ ମହିଳା ହକି ଖେଳାଳି । ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ କଡ଼ା ସୁରକ୍ଷାରେ ହୋଟେଲ ନିଆଯାଇଛି । ଖେଳାଳି ମାନେ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହା ପରେ ସ୍ୱତନ୍ତ୍ର ବସରେ ତାଙ୍କୁ ହୋଟେଲ ନିଆଯାଇଥିଲା । ହୋଟେଲରେ ମଧ୍ୟ ତାଙ୍କୁ ଜୋରଦାର ସ୍ୱାଗତ କରାଯାଇଛି ।
ଦିନ ୩ଟାରେ ସାମ୍ବାଦିକ ସମ୍ମିଳନୀ କରିବେ ଭାରତୀୟ ହକି ଟିମ୍ । ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ଉଭୟ ପୁରୁଷ ଓ ହକି ଖେଳାଳିଙ୍କୁ ଭେଟିବେ । ଖେଳାଳି ରହିବା ପାଇଁ ରାଜଧାନୀର ସ୍ୟାଣ୍ଡି ଟାୱାର ହୋଟେଲରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପୁରୁଷ ହକି ଟିମ୍ ବ୍ରୋଂଜ ମେଡାଲ ଜିତିବା ପରେ ଓଡ଼ିଶା ଆସିବା ପାଇଁ ଆମନ୍ତ୍ରଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ମହିଳା ଦଳକୁ ମଧ୍ୟ ଆମନ୍ତ୍ରଣ କରିଥିଲେ । ପୁରୁଷ ହକି ଦଳ ଚାରି ଦଶନ୍ଧି ପରେ ଟୋକିଓ ଅଲିମ୍ପିକ୍ସରେ ବ୍ରୋଂଜ ମେଡାଲ ଜିତି ଇତିହାସ ରଚିଛନ୍ତି ।ସେହିପରି ମହିଳା ଦଳ ମଧ୍ୟ ପ୍ରଥମ ଥର ଅଲିମ୍ପିକ୍ସ ସେମିଫାଇନାଲରେ ପ୍ରବେଶ କରିଥିଲେ । ବ୍ରୋଂଜ ମେଡାଲ ମ୍ୟାଚରେ ପରାସ୍ତ ହୋଇଥିଲେ ବି ସମସ୍ତଙ୍କ ହୃଦୟ ଜିତିଥିଲେ ମହିଳା ହକି ଖେଳାଳି । ପୁରୁଷ ହକି ଦଳରେ ଦୁଇ ଓଡ଼ିଆ ଖେଳାଳି ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ଥିବାବେଳେ ମହିଳା ଦଳରେ ଦୀପଗ୍ରେସ୍ ଏକ୍କା ଓ ନମିତା ଟପ୍ପୋ ରହିଛନ୍ତି ।