ଇତିହାସ ରଚିଲା ମହିଳା ହକି ଦଳ
ଟୋକିଓ ଅଲମ୍ପିକ୍ରେ ଇତିହାସ ରଚିଲା ମହିଳା ହକି ଦଳ। କ୍ୱାର୍ଟରରେ ଅଷ୍ଟ୍ରେଲିଆକୁ ହରାଇ ଭାରତୀୟ ମହିଳା ହକି ଟିମ୍ ସେମି ଫାଇନାଲକୁ ପ୍ରବେଶ କରିଛି। ଅଷ୍ଟ୍ରେଲିଆକୁ ୧-୦ ଗୋଲ୍ରେ ହରାଇ ଭାରତୀୟ ମହିଳା ହକି ଟିମ୍ ସେମିରେ ପ୍ରବେଶ କରିଛି। ଭାରତ ପକ୍ଷରୁ ଗୁରୁଜିତ୍ କୌର ଗୋଲ୍ ଦେଇଛନ୍ତି।
ପ୍ରଥମ ଥର ପାଇଁ ସେମିଫାଇନାଲରେ ପ୍ରବେଶ କରିଛି ଭାରତୀୟ ମହିଳା ହକି ଟିମ୍ । ୨୦୧୬ ରିଓ ଅଲିମ୍ପିକ୍ସରେ ଦଳ ଦ୍ୱାଦଶ ସ୍ଥାନ ହାସଲ କରିଥିଲା। ଏହା ବ୍ୟତୀତ, ୧୯୮୦ ରେ, ଦଳ ଚତୁର୍ଥ ସ୍ଥାନରେ ଥିଲା। ଯଦିଓ ସେ ସମୟରେ କୌଣସି ସେମିଫାଇନାଲ ମ୍ୟାଚ୍ ନଥିଲା। ପୁଲ୍ ମ୍ୟାଚ୍ ପ୍ରଦର୍ଶନ ଆଧାରରେ ଟପ୍-ଦଳ ନିଷ୍ପତ୍ତି ନିଆଯାଇଥିଲା। ସେପଟେ ଭାରତୀୟ ପୁରୁଷ ଦଳ ମଧ୍ୟ ସେମିଫାଇନାଲରେ ପ୍ରବେଶ କରି ପଦକ ଆଶାକୁ ବଜାୟ ରଖିଛି। ସେମିରେ ପ୍ରବେଶ ପରେ ମହିଳା ହକି ଟିମ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି।