THE BYAPINI

ଆଜି ଆଇପିଏଲ ମହାନିଲାମି

Get real time updates directly on you device, subscribe now.

ଆଇପିଏଲ ୨୦୨୨ ପାଇଁ ଆଜି ଓ ଆସନ୍ତାକାଲି ମହାନିଲାମି । ନିଲାମ ହେବେ ୫୯୦ଜଣ କ୍ରିକେଟର । ଚଳିତବର୍ଷ ନିଲାମରେ ଅଂଶଗ୍ରହଣ କରିବେ ବହୁ ନାମିଦାମି କ୍ରିକେଟର । ଦିନ ୧୧ଟାରୁ ଆରମ୍ଭ ହେବ ନିଲାମ ପ୍ରକ୍ରିୟା । ନିଲାମ ହେବେ ୫୯୦ଜଣ କ୍ରିକେଟର । ଚଳିତବର୍ଷ ନିଲାମରେ ଅଂଶଗ୍ରହଣ କରିବେ ବହୁ ନାମିଦାମି କ୍ରିକେଟର । ୨ ଓଡିଆ ଖେଳାଳିଙ୍କ ଉପରେ ନଜର । ଓଡ଼ିଶା ରଣଜି ଟିମର ଅଧିନାୟକ ଶୁଭ୍ରାଂଶୁ ସେନାପତି ଓ ଅଲରାଉଣ୍ଡର ଅଭିଷେକ ରାଉତ । ପୂର୍ବରୁ ବିପ୍ଳବ ସାମନ୍ତରାୟ ଆଇପିଏଲରେ ନଜର ଆସିଥିଲେ । ବହୁବର୍ଷ ହେଲା ଆଇପିଏଲରେ ଓଡ଼ିଆ ଖେଳଳାଳିଙ୍କୁ ଦେଖିବାକୁ ମିଳି ନାହିଁ ।
ଆଇପିଏଲ୍‌ କର୍ତ୍ତୃପକ୍ଷ ମୋଟ ୫୯୦ ଖେଳାଳିଙ୍କୁ ନିଲାମ ପାଇଁ ତାଲିକାଭୁ୍କ୍ତ କରିଥିଲା ବେଳେ ସେମାନଙ୍କ ମଧ୍ୟରେ ୨୨୭ ବିଦେଶୀ ଖେଳାଳି ସାମିଲ ଅଛନ୍ତି । ତେବେ ଭାରତୀୟଙ୍କ ମଧ୍ୟରେ ବିସ୍ଫୋରକ ବ୍ୟାଟର୍‌ ଶ୍ରେୟସ ଆୟର, ଅଲ୍‌ରାଉଣ୍ଡର ଶାର୍ଦୁଳ ଠାକୁର ଏବଂ ୱିକେଟ୍‌ରକ୍ଷକ ଈଶାନ କିଶନଙ୍କ ଚାହିଦା ଅଧିକ ରହିଛି । ବିଶେଷକରି ଶ୍ରେୟସ ଏବଂ ଶାର୍ଦୁଳ ପୂର୍ବ ତୁଳନାରେ ଯଥେଷ୍ଟ ଆର୍ଥିକ ଫାଇଦା ପାଇବେ ବୋଲି ଅନୁମାନ କରାଯାଇଛି । ଏପରିକି ୧୦ରୁ ଅଧିକ ଭାରତୀୟ ଖେଳାଳି ୧୦ କୋଟିରୁ ଅଧିକ ଦରରେ ବିକ୍ରି ହେବାର ସମ୍ଭାବନା ରହିଛି। କେତେକ ମଧ୍ୟ ୨୦ କୋଟି ପାଖାପାଖି ସେହିପରି ଆନ୍ତର୍ଜାତିକ ଅଭିଜ୍ଞତା ବଳରେ ଦୀପକ ଚହର ଏବଂ ୟୁଝ୍‌ବେନ୍ଦ୍ର ଚହଲ ମଧ୍ୟ ୧୫ କୋଟି ସୀମାରେ ପହଞ୍ଚିବାର ସାମର୍ଥ୍ୟ ରଖିଛନ୍ତି । ବିରାଟ କୋହଲି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ମହେନ୍ଦ୍ର ସିଂହ ଧୋନି ଚେନ୍ନାଇ ସୁପର କିଙ୍ଗ୍‌ସ, ରୋହିତ ଶର୍ମା ମୁମ୍ବାଇ ଇଣ୍ଡିଆନ୍‌ସ ଭଳି ବଡ଼ ତାରକାଙ୍କୁ ସେମାନଙ୍କ ପୂର୍ବ ଫ୍ରାଞ୍ଚାଇଜ୍‌ ନିଜ ପାଖରେ ରଖିଥିଲା ବେଳେ ନୂଆ ଫ୍ରାଞ୍ଚାଇଜ୍‌ ଲକ୍ଷ୍ନୌ ସୁପରଜିଆଣ୍ଟ୍‌ସ କେଏଲ୍‌ ରାହୁଲଙ୍କୁ ୧୭ କୋଟିରେ କିଣିସାରିଛି ।

Get real time updates directly on you device, subscribe now.

Leave A Reply

Your email address will not be published.