ଆଇପିଏସ୍ ସ୍ତରରେ ଅଦଳବଦଳ.. ଅଖିଳେଶ୍ୱର ସିଂହ ଜଗତସିଂହପୁର ଏସପି
ଆଇପିଏସ୍ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଅଖିଳେଶ୍ୱର ସିଂହ ଜଗତସିଂହପୁରରେ ଏସପି ହୋଇଛନ୍ତି । ପ୍ରତ୍ୟୁଷ ଦିବାକରଙ୍କୁ ନୂଆପଡ଼ା ଏସପି ଦାୟିତ୍ୱ ମିଳିଥିବା ବେଳେ କେ.ଆର ଦ୍ୟାନଦେଓଙ୍କୁ ମାଲକାନଗିରିରୁ ମୟୁରଭଂଜ ବଦଳି ହୋଇଛି ।ପିଏସ୍ ପର୍ଷୋତମ ଦାସ ମୟୁରଭଂଜର ଏସପି ଥିବା ବେଳେ ତାଙ୍କ ନବରଙ୍ଗପୁରର ଏସପି ଭାବେ ବଦଳି କରାଯାଇଛି । ରାହୁଲ ଜୈନ ନୂଆପଡାରେ ଏସପି ଥିଲେ ତାଙ୍କୁ ବରଗଡ ଏସପି ଭାବେ ଦାୟିତ୍ୱ ଦିଆଯାଇଛି । ମାଲକାନଗିରି ଏସପି ଭାବେ ପିଏସ୍ ମୀନାଙ୍କୁ ନିଯୁକ୍ତି ମିଳିଛି । ପ୍ରକାଶ ଆରକୁ ଭିଜିଲାନ୍ସ ବିଭାଗକୁ ବଦଳି ହୋଇଛି । ସେହିପରି ଏସ୍.ଦେବଦତ୍ତ ସିଂ ପୁଲିସ ମୁଖ୍ୟାଳୟରେ ଆଇଜି ଭାବେ ନିଯୁକ୍ତି ପାଇଛନ୍ତି ।