THE BYAPINI

ଆଇପିଏସ ସୁନୀଲ ବଂଶଲ ହେବେ ନୂଆ ଡିଜିପି

Get real time updates directly on you device, subscribe now.

ବରିଷ୍ଠ ଆଇପିଏସ୍‌ ସୁନୀଲ ବଂଶଲ ହେବେ ରାଜ୍ୟ ପୋଲିସର ନୂଆ ମୁଖିଆ । ପୋଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ । ନୂଆ ବର୍ଷରୁ ଦାୟିତ୍ୱ ନେବେ ନୂଆ ଡିଜିପି । ୧୯୮୭ ବ୍ୟାଚର ବରିଷ୍ଠ ଆଇପିଏସ ହେଉଛନ୍ତି ସୁନୀଲ ବଂଶଲ । ବର୍ତ୍ତମାନ ସେ ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ନିର୍ଦ୍ଦେଶ ଭାବେ କାମ କରୁଛନ୍ତି ।

ଡିଜିପି ଅଭୟଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବେ ସୁନୀଲ ବଂଶଲ । ଅଭୟଙ୍କ କାର୍ୟ୍ୟକାଳ ଚଳିତ ମାସରେ ଶେଷ ହେଉଛି । ଜୁନ ମାସରେ ତାଙ୍କ କାର୍ୟ୍ୟକାଳ ଶେଷ ହେଉଥିଲା, ହେଲେ ତାକୁ ୬ ମାସ ବୃ୍ଦ୍ଧି କରାଯାଇଥିଲା । ଅଭୟଙ୍କ ପରେ କିଏ ପୋଲିସ ଡିଜି ହେବ ତାକୁ ନେଇ ଚର୍ଚ୍ଚା ହେଉଥିଲା । ଚର୍ଚ୍ଚାରେ ପ୍ରଦୀପ କପୁର, ମନୋଜ ଛାବ୍ରା, ସୁନୀଲ ବଂଶଲ ଓ ସନ୍ତୋଷ ଉପାଧ୍ୟାୟଙ୍କ ନାଁ ରହିଥିଲା ।

ନୂଆ ଡିଜିପି ପାଇଁ ରାଜ୍ୟ ସରକାର ୧୪ ଜଣ ବରିଷ୍ଠ ଆଇପିଏସ ଅଫିସରଙ୍କ ନାମ ୟୁପିଏସସିକୁ ସୁପାରିଶ କରିଥିଲେ। ଏହି ୧୪ଜଣ ଆଇପିଏସ ଅଫିସରଙ୍କ ମଧ୍ୟରୁ ୟୁପିଏସସି କମିଟି ସ୍କ୍ରୁଟିନି କରି ୩ଜଣଙ୍କ ନାମ ରାଜ୍ୟ ସରକାରଙ୍କ ପାଖକୁ ପଠାଇଥିଲା। ଏହି ତିନି ଆଇପିଏସ ଅଫିସର ସୁନୀଲ ବଂଶଲ, ମନୋଜ ଛାବ୍ରା ଏବଂ ପ୍ରଦୀପ କାପୁର ରହିଥିଲେ । କିନ୍ତୁ ଏମାନଙ୍କ ମଧ୍ୟରୁ ରାଜ୍ୟ ସରକାର ୧୯୮୭ ବ୍ୟାଚର୍‌ ଆଇପିଏସ୍‌ କ୍ୟାଡର ସୁନୀଲ ବଂଶଲଙ୍କ ନାମ ଉପରେ ମୋହର ମାରିଥିଲେ । ସୁନୀଲ ବଂଶଲ ଏବେ କେନ୍ଦ୍ରୀୟ ଡେପୁଟେସନ୍‌ରେ ଅଛନ୍ତି । ଏହି ବରିଷ୍ଠ ଆଇପିଏସ୍‌ ଅଫିସର ସୁନୀଲ ବଂଶଲ ଏବେ ଏବେ ଗୁଇନ୍ଦା ବିଭାଗ ସ୍ବତନ୍ତ୍ର ନିର୍ଦେଶକ ଅଛନ୍ତି ସୁନୀଲ । ନୂତନ ବର୍ଷରୁ ନୂଆ ଡିଜିପି ଭାବେ ଦାୟିତ୍ୱ ସମ୍ଭାଳିବ ସୁନୀଲ ବଂଶଲ ।

Get real time updates directly on you device, subscribe now.

Leave A Reply

Your email address will not be published.