THE BYAPINI

ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ

Get real time updates directly on you device, subscribe now.

ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ତିରଥ ସିଂହ ରାୱତ। ତ୍ରିବେନ୍ଦ୍ର ସିଂ ରାୱତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଆଜି ତିରଥଙ୍କୁ ବିଜେପି ବିଧାୟକ ଦଳ ନେତା ଭାବେ ବଛାଯାଇଛି । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରଚାରକ ତଥା ବିଜେପିର ବରିଷ୍ଠ ନେତା ତୀରଥ ସିଂହ ରାୱତଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି। ଡେରାଡୁନ ସ୍ଥିତ ବିଜେପି କାର୍ୟ୍ୟାଳୟରେ ବସିଥିବା ବିଜେପି ବିଧାୟକ ଦଳ ବୈଠକ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ ତୀରଥ ସିଂହ ରାୱତଙ୍କ ନାଁ ଘୋଷଣା କରିଥିଲେ। ତିରଥଙ୍କ ପୂର୍ବରୁ ଧନ ସିଂ ରାୱତ, ସତ୍ୟପାଲ ମହାରାଜ, ଅଜୟ ଭଟ୍ଟ, ରମେଶ ପୋଖରିଆଲଙ୍କ ନାଁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଚର୍ଚ୍ଚାକୁ ଆସିଥିଲା । ତେବେ ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରି ତିରଥଙ୍କ ନାଁରେ ମୋହର ମାରିଥିଲା ଦଳ ।
ଆରଏସଏସ ସହ ଜଡିଥିବା ଥିବା ତିରଥ ରାଜନୈତିକ କ୍ୟାରିୟର ସଂଘ ଓ ଏବିଭିପିରୁ ଆରମ୍ଭ କରିଥିଲେ । ୫୬ ବର୍ଷୀୟ ତିରଥ ସିଂହ ରାୱତ ଉତ୍ତରାଖଣ୍ଡର ଘରୱାଲ ଆସନରୁ ଲୋକସଭାକୁ ଯାଇଛନ୍ତି। ୨୦୦୦ ମସିହାରେ ଉତ୍ତରାଖଣ୍ଡର ପ୍ରଥମ ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ ତୀରଥ । ୨୦୧୩ ନଭେମ୍ବର ୯ରୁ ୨୦୧୫ ଡିସେମ୍ବର ୩୧ ଯାଏ ଉତ୍ତରାଖଣ୍ଡ ବିଜେପି ମୁଖ୍ୟ ଭାବେ କାର୍ୟ୍ୟ କରିଥିଲେ। ଏଥିସହ ସେ ୨୦୧୨ରୁ ୨୦୧୭ ଯାଏ ଉତ୍ତରାଖଣ୍ଡ ବିଧାନସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ। ୨୦୧୭ରେ ତାଙ୍କର ଟିକେଟ କାଟି ଦିଆଯାଇଥିବା ବେଳେ ରାଷ୍ଟ୍ରୀୟ ସଚିବ ଭାବେ ଦାୟିତ୍ୱ ଦିଆଯାଇଥିଲା । ପରେ ହିମାଚଳପ୍ରଦେଶର ପ୍ରଭାରୀ ଭାବେ ଦାୟିତ୍ୱ ମିଳିଥିଲା ତୀରଥଙ୍କୁ । ୨୦୧୯ରେ ସାଂସଦ ଭାବେ ନିର୍ବାଚିତ ହେବା ପରେ ଏବେ ତ୍ରିବେନ୍ଦ୍ରଙ୍କୁ ହଟାଇ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇବାକୁ ନିଷ୍ପତି ନେଇଛି ଦଳ ।
ତିରଥ ସିଂହ ରାୱତ କହିଛନ୍ତି, ଛୋଟିଆ ଗାଁର ବାସିନ୍ଦା ମୋ ଭଳି ଜଣେ ତୁଚ୍ଛ କର୍ମୀଙ୍କ ଉପରେ ଭରସା ରଖିଥିବାରୁ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ଦଳର ମୁଖ୍ୟଙ୍କୁ ଧନ୍ୟବାଦ ଜଣାଉଛି। ଏଭଳି ସ୍ଥାନରେ ପହଞ୍ଚିବି ବୋଲି କେବେ କଳ୍ପନା କରି ନ ଥିଲି। ଲୋକମାନଙ୍କର ଆକାଙ୍‌କ୍ଷା ପୂରଣ ଲାଗି ସବୁ ମତେ ଉଦ୍ୟମ କରିବା ସହ ଗତ ଚାରି ବର୍ଷରେ ହୋଇଥିବା କାର୍ୟ୍ୟକୁ ଆହୁରି ଆଗେଇ ନେବୁ।

Get real time updates directly on you device, subscribe now.

Leave A Reply

Your email address will not be published.