THE BYAPINI

ବିଧାନସଭାରେ ‘ବ୍ୟୋମକେଶ’ ଝଡ଼

Get real time updates directly on you device, subscribe now.

ବିଧାୟକଙ୍କ ଭାଇରାଲ ଅଡିଓକୁ ନେଇ ଝଡ଼ । ଚାନ୍ଦବାଲି ବିଧାୟକ ଡ.ବ୍ୟୋମକେଶ ରାୟଙ୍କର ଭାଇରାଲ ଅଡିଓକୁ ନେଇ ପଡିଲା ଉଠିଲା ବିଧାନସଭା । ମୁହାଁମୁହିଁ ହେଲେ ବିରୋଧୀ ଦଳ ନେତା ଓ ବ୍ୟୋମକେଶ ରାୟ । ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା । ପ୍ରଦୀପ୍ତ ନାୟକ ଏହି ପ୍ରସଙ୍ଗକୁ ଉଠାଇବା ସହ ବାଚସ୍ପତିଙ୍କ ରୁଲିଂ ଦାବି କରିଛନ୍ତି ଜ୍ଝ

ଶୂନ୍ୟକାଳରେ ଏହି ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ନେତା ଉଦବେଗ ପ୍ରକାଶ କରି କହିଥିଲେ ଯେ ରାଜ୍ୟରେ କିପରି ଶାସନ ଚାଲିଛି ? ଶାସକ ଦଳର ନେତା ସାଧାରଣ ପୋଲିସ ଏଏସଆଇଙ୍କୁ ଧମକାଇବେ କି ? ଏହି ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ବିରୋଧୀ ଦଳ ନେତା ଦାବି କରିଛନ୍ତି । ବିଧାୟକମାନେ ନିଜ ଆଚରଣରେ ଶାଳୀନତା ରଖନ୍ତୁ ବୋଲି ବାଚସ୍ପତିଙ୍କ ରୁଲିଂ ଦାବି କରିଛନ୍ତି ପ୍ରଦୀପ୍ତ ନାୟକ ଜ୍ଝ ସେପଟେ ଏହି ପ୍ରସଙ୍ଗରେ ଗୃହରେ ବିବୃତି ରଖିଛନ୍ତି ବ୍ୟୋମକେଶ । ଅଯଥାରେ ଗୃହକୁ ବିଭ୍ରାନ୍ତ କରୁଛନ୍ତି ବିରୋଧୀ ଦଳ ନେତା। ସେ କହିଛନ୍ତି, ପୋଲିସ ବାବୁ ଜଣକ ଗରିବ ଲୋକଙ୍କୁ ହଇରାଣ ହରକତ କରୁଥିଲେ ଏବଂ ଟଙ୍କା ଆଦାୟ କରୁଥିଲେ । ତେଣୁ ତାକୁ ମୁଁ ଫୋନ୍ କରିଥିଲି ମୋର କଥାବାର୍ତ୍ତାକୁ ବିଭ୍ରାନ୍ତି କରି ଦେଖାଯାଉଛି । ଯଦି ବାଚସ୍ପତି ଚାହିଁବେ, ପୂରା ଅଡିଓ ଟେପକୁ ଗୃହରେ ଉପସ୍ଥାପନ କରିବି । ଏହାସହ ବିଜେପି ନେତାଙ୍କୁ ଜବାବ ଦେବାକୁ ଯାଇ ଆସିଷ୍ଟାଣ୍ଡ ଇଞ୍ଜିନିୟରଙ୍କୁ ମୟୂରଭଞ୍ଜ ବିଧାୟକଙ୍କ ମାଡି ମାରି ଗିରଫ ହୋଇଥିବା କଥା ମନେ ପକାଇଛନ୍ତି ବ୍ୟୋମକେଶ

କାହାକୁ କେମିତି ବ୍ୟବହାର କରାଯିବ, ତାହା ମତେ ଶିଖାଇବା ଦରକାର ନାହିଁ ବୋଲି କାଉଣ୍ଟର କରିଛନ୍ତି ବ୍ୟୋମକେଶ । ଯୁବ ବିଜେଡି ସଭାପତି ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଭଦ୍ରକ ଜିଲ୍ଲାର ବାଂଶଡ଼ା ଥାନା ଏଏସଆଇ ଗୁରୁଚରଣ ବେହେରାଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରୁଥିବାର ଅଡ଼ିଓ ଭାଇରାଲ ହୋଇ ଥିଲା । ଡିଜିଙ୍କୁ କହି ମୋଟୁ ଅଞ୍ଚଳକୁ ଫୋପାଡ଼ି ଦେବେ ବୋଲି ଧମକ ଦେଉଲେ ବିଧାୟକ।

Get real time updates directly on you device, subscribe now.

Leave A Reply

Your email address will not be published.