ସିଂହଦ୍ୱାର ସମ୍ମୁଖରେ କାଉଁରିଆ କାଠି ଜାଳିବା ମନା
ଆସନ୍ତାକାଲି ଶ୍ରୀଜିଉଙ୍କ ସାଧାରଣ ଦର୍ଶନ ମଧ୍ୟ ବନ୍ଦ ରହିବ । ସିଂହଦ୍ୱାର ସମ୍ମୁଖରେ କାଉଁରିଆ କାଠି ଜାଳିବା ମନା । ପ୍ରଦୂଷଣ ଓ ଜନସମାଗମକୁ ରୋକିବାକୁ ପ୍ରଶାସନର ନିଷ୍ପତ୍ତି । ସିଂହଦ୍ୱାର ଓ ଏହାର ଚତୁର୍ପାଶ୍ୱରେ ୧୪୪ ଧାରା । କାଲି ଭୋର ୪ଟାରୁ ମଧ୍ୟରାତ୍ର ପର୍ୟ୍ୟନ୍ତ କଟକଣା ବଳବତ୍ତର ରହିବ ।
ପୂର୍ବରୁ ଦୀପାବଳି, ବଡ଼ ଏକାଦଶୀ ଓ କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ ବୋଲି ଘୋଷଣା ହୋଇଥିଲା । ଅନ୍ୟଦିନ ମାନଙ୍କରେ ପୂର୍ବଭଳି ସକାଳ ୭ଟାରୁ ରାତି ୯ଟା ଯାଏଁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଭକ୍ତଙ୍କ ପାଇଁ ଆରଟିପିସିଆର ନେଗେଟିଭ୍ ପ୍ରମାଣ ପତ୍ର ବାଧ୍ୟତାମୂଳକ । କିମ୍ବା ଡବଲ ଡୋଜ୍ ଟିକାକରଣ ପ୍ରମାଣପତ୍ର ବାଧ୍ୟତାମୂଳକ ।