THE BYAPINI

କିଏ କହୁଛନ୍ତି ସତ..ଆଇନ ମନ୍ତ୍ରୀ ନା ଶ୍ରୀମନ୍ଦିର ପ୍ରଶାସନ?

Get real time updates directly on you device, subscribe now.

ମଙ୍ଗଳବାର ଆଇନମନ୍ତ୍ରୀ ପ୍ରତାପ ଜେନା ବିଧାନସଭାରେ କହିଥିଲେ ଯେ, ମହାପ୍ରଭୁ୍ ଜଗନ୍ନାଥଙ୍କ ୩୫ ହଜାର ଏକର ଜମି ବିକ୍ରି ହେବ । ଏହାକୁ ନେଇ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ବୋଲି କହିଥିଲେ ପ୍ରତାପ ଜେନା। ଏ ନେଇ ଖବର ପ୍ରକାଶ ପାଇବା ପରେ ଜଗନ୍ନାଥଙ୍କ ଭକ୍ତମାନେ ଏହାକୁ ବିରୋଧ କରିଥିଲେ। ତେବେ ଆଜି ଏହାକୁ ନେଇ ସ୍ପଷ୍ଟୀକରଣ ଦେଇଛି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ । ଏହି ତଥ୍ୟ ସମ୍ପୂର୍ଣ୍ଣ ଭୁଲ ବୋଲି କହିଛନ୍ତି ଶ୍ରୀ ଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର ।ତେବେ ଏଠାରେ ପ୍ରଶ୍ନ ଉଠୁଛି କିଏ କହୁଛି ସତ । ଆଇନ ମନ୍ତ୍ରୀ ନା ଶ୍ରୀମନ୍ଦିର ପ୍ରଶାସନ ।

ଶ୍ରୀ ଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର କହିଛନ୍ତି , ଏଭଳି ଖବରକୁ ନେଇ ଜଗନ୍ନାଥ ପ୍ରେମୀ ଏବଂ ଓଡ଼ିଶାବାସୀ ବିଭ୍ରାନ୍ତ ନହେବା ଉଚିତ । ଶ୍ରୀଜଗନ୍ନାଥଙ୍କ ୩୫ହଜାର ଏକର ଜମି ବିକ୍ରି ହେବା ଖବର ଉଦ୍ଦେଶ୍ୟମୂଳକ ଭାବେ ପ୍ରଚାର କରାଯାଉଛି। ଏହି ତଥ୍ୟ ସମ୍ପୂର୍ଣ୍ଣ ଭୁଲ । ବହୁ ଦିନରୁ ବିଭିନ୍ନ ବ୍ୟକ୍ତିଙ୍କ ଦଖଲରେ ଥିବା ଏହି ଜମିଗୁଡ଼ିକ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏବଂ ଏବେ “ୟୁନିଫାଏଡ୍ ପଲିସି” ବା ସମାନ ନୀତି ଅନୁଯାୟୀ ମନ୍ଦିର କମିଟି ଦ୍ବାରା ଜବରଦଖଲ ହୋଇଥିବା ସେହି ଜମିଗୁଡ଼ିକର ବନ୍ଦୋବସ୍ତ କରାଯାଉଛି। ୨୦୦୧ରୁ ୨୦୧୦ପର୍ୟ୍ୟନ୍ତ ୨୯୧ଏକର ଜମିର ବନ୍ଦୋବସ୍ତ କରାଯାଇଥିଲା ଏବଂ ୨୦୧୧ରୁ ୨୦୨୧ପର୍ୟ୍ୟନ୍ତ ୯୬ଏକର ଜମିର ବନ୍ଦୋବସ୍ତ ହୋଇଛି। ବିଦ୍ୟାଳୟ, ମେଡିକାଲ କଲେଜ, ସଡ଼କ ଇତ୍ୟାଦି ନିର୍ମାଣ କରି ଜନସାଧାରଣଙ୍କୁ ସୁବିଧା ଯୋଗାଇଦେବା ପାଇଁ ଏଗୁଡିକ ବନ୍ଦୋବସ୍ତ କରାଯାଇଛି। ସରକାରୀ ତଥା ଅନ୍ୟାନ୍ୟ ଜନସାଧାରଣଙ୍କୁ ଏହିପରି ଭିତ୍ତିଭୂମି ପ୍ରକଳ୍ପ ପାଇଁ ଜମି ଆବଣ୍ଟନ ସମ୍ବନ୍ଧୀୟ ନିଷ୍ପତ୍ତି ଜଗନ୍ନାଥ ମନ୍ଦିର କମିଟି ଦ୍ବାରା ନିଆଯାଇଛି। ତେଣୁ ମହାପ୍ରଭୁ ଜଗନ୍ନାଥଙ୍କ ୩୫ ହଜାର ୨୭୨ ଏକର ଜମି ବିକ୍ରି କରାଯିବା ଖବର ସମ୍ପୂର୍ଣ୍ଣ ମିଥ୍ୟା ଆଟେ।

ତେବେ କିଏ ସତ କହୁଛନ୍ତି? ଆଇନ୍ ମନ୍ତ୍ରୀ ନା ଶ୍ରୀମନ୍ଦିର ପ୍ରଶାସନ? ବିଧାନସଭାରେ ଆଇନ୍ ମନ୍ତ୍ରୀ କହିଥିଲେ, ପ୍ରଭୁ ଜଗନ୍ନାଥଙ୍କର ଓଡ଼ିଶା ସମେତ ଅନ୍ୟାନ୍ୟ ୬ଟି ରାଜ୍ୟରେ ଥିବା ମୋଟ୍ ୩୫,୨୭୨ ଏକର ଜମି ବିକ୍ରି କରାଯିବ।ବିଜେପି ବିଧାୟକ ମୋହନ ଚରଣ ମାଝୀ ଏହି ପ୍ରସଙ୍ଗରେ ଏକ ପ୍ରଶ୍ନ କରିଥିଲେ। ଯାହାର ଜବାବରେ ମାହାଙ୍ଗା ବିଜେଡି ବିଧାୟକ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା ଏହି ଉତ୍ତର ରଖିଥିଲେ। ପୂର୍ବତନ ରାଜ୍ୟପାଳ ବିଡି ଶର୍ମାଙ୍କ ନେତୃତ୍ୱରେ ଏକ କିମିଟି ଗଠନ ହୋଇଥିଲା। ଆଉ ଏହି କମିଟିର ରିପୋର୍ଟ ଆଧାରରେ ସରକାର ଏବେ ୩୫,୨୭୨,୨୩୫ ଏକର ଜମି ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି ଆଇନ୍ ମନ୍ତ୍ରୀ ଉତର ରଖିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.