THE BYAPINI

ଏଣିକି ରବିବାର ଖୋଲା ରହିବ ଶ୍ରୀମନ୍ଦିର

Get real time updates directly on you device, subscribe now.

ଏଣିକି ସବୁ ରବିବାର ଖୋଲା ରହିବ ଶ୍ରୀମନ୍ଦିର । ସପ୍ତାହକ ସାତ ଦିନ ମହାପ୍ରଭୁ ଜଗନ୍ନାଥଙ୍କୁ ଭକ୍ତମାନେ ଦର୍ଶନ କରିପାରିବେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଏନେଇ ସୂଚନା ଦେଇଛନ୍ତି।ଶ୍ରଦ୍ଧାଳୁ ସିଂହଦ୍ୱାର ଦେଇ ମନ୍ଦିରକୁ ପ୍ରବେଶ କରିବେ । ଶ୍ରୀମନ୍ଦିର ବାହାରେ ଓ ଭିତରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଅନ୍ୟ ୩ ଦ୍ୱାର ଦେଇ ମନ୍ଦିରରୁ ବାହାରି ପାରିବେ ।

ସକାଳ ୬ଟାରୁ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହେବ । ପୂର୍ବରୁ ପୁରୀବାସୀଙ୍କୁ ସକାଳ ୬ଟାରୁ ୭ଟା ଯାଏ ଦର୍ଶନ ସୁଯୋଗ ମିଳୁଥିଲା । ଏଣିକି ସମସ୍ତେ ଦର୍ଶନ କରିପାରିବେ । ପୂର୍ବଭଳି ଧାଡ଼ି ଦର୍ଶନ ବ୍ୟବସ୍ଥା ଜାରି ରହିବ । ଶ୍ରୀମନ୍ଦିର ଭିତରେ ନିର୍ଦ୍ଧାରିତ ସ୍ଥାନରେ ଭକ୍ତ ଜାଳିପାରିବେ ଦୀପ । ଏଣିକି ଆନନ୍ଦ ବଜାର ଭିତରେ ମଧ୍ୟ ଭକ୍ତ ସେବନ କରିପାରିବେ ମହାପ୍ରସାଦ । ଏହାସହ ଶ୍ରୀମନ୍ଦିର ଭିରତରେ ତମାଖୁ ସେବନ କଲେ ହଜାରେ ଟଙ୍କା ଜରିମାନା ଦେବାକୁ ହେବ । ଶ୍ରୀମନ୍ଦିର ଭିତରକୁ ପଲିଥିନି ନେଲେ ୧୦୦ ଟଙ୍କା ଜରିମାନା ଦେବାକୁ ହେବ ।

ପଲିଥିନ୍ ଓ ପ୍ଲାଷ୍ଟିକ୍ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି । ତା’ଛଡ଼ା ଉତ୍ତର ଦ୍ୱାର ନିକଟରେ ଥିବା ଜୋତା, ବ୍ୟାଗ ରଖିବା ସ୍ଥାନରେ ଶ୍ରଦ୍ଧାଳୁ ଜିନିଷପତ୍ର ରଖିବା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ୧୨ ତାରିଖରୁ ନୂଆ ବ୍ୟବସ୍ଥା ଲାଗୁ ହେବ । ଆନନ୍ଦବଜାରରେ ଭକ୍ତ ମହାପ୍ରସାଦ ଖାଇପାରିବେ । ଭକ୍ତ ଶ୍ରୀଜିଉଙ୍କ ପଦ୍ମ ବେଶ ଦର୍ଶନ କରିପାରିବେ ବୋଲି ନିଷ୍ପତ୍ତି ନିଆଯାଇଛି । କୋଭିଡ ମହାମାରୀ କାରଣରୁ ଦୀର୍ଘଦିନ ହେବ ଶ୍ରୀମନ୍ଦିର ବନ୍ଦ ରହିଥିଲା । କରୋନା ସଂକ୍ରମଣ କମୁଥିବାରୁ ଧୀରେ ଧୀରେ କଟକଣାକୁ କୋହଳ କରାଯାଉଛି ।

Get real time updates directly on you device, subscribe now.

Leave A Reply

Your email address will not be published.