THE BYAPINI

ଧବଳେଶ୍ୱରରେ ‘ଜାଗର’ ମନା

Get real time updates directly on you device, subscribe now.

ଆଠଗଡ ଧବଳଶ୍ୱେର ପୀଠରେ ଜାଗର ମନା । ଚଳିତ ବର୍ଷ ଧବଳେଶ୍ୱର ପୀଠରେ ହେବନି ଜାଗର ଯାତ୍ରା । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଛି । କେବଳ ପୂଜକଙ୍କୁ ନେଇ ମନ୍ଦିର ରୀତିନୀତି ସମ୍ପନ୍ନ ହେବ ।
ଆଜି ମହାଶିବରାତ୍ରୀ ନେଇ ଦେବୋତର ବିଭାଗ ପକ୍ଷରୁ ଏକ ବୈଠକ ବସିଥିଲା । ବୈଠକରେ ଆଲୋଚନା ଶେଷ ହେବା ପରେ ଏନେଇ ସୂଚନା ଦେଇଛନ୍ତି ଉପ-ଜିଲ୍ଲାପାଳ । ସୂଚନା ମୁତାବକ, ଧବଳେଶ୍ୱର ପୀଠରେ ଚଳିତ ବର୍ଷ ଜାଗର ଯାତ୍ରା ଅନୁଷ୍ଠିତ ହେବ ନାହିଁ । କେବଳ ପୂଜକଙ୍କୁ ନେଇ ମନ୍ଦିର ରୀତିନୀତି ସମ୍ପନ୍ନ ହେବ । ଏଥିସହିତ ଆସନ୍ତା ୧୧ ତାରିଖରେ ମନ୍ଦିରରେ ଧାରା ୧୪୪ ଲାଗୁ ହେବ । ଯାହାକି ୧୨ ତାରିଖ ସକାଳ ୬ଟା ଯାଏଁ ବଳବତ୍ତର ରହିବ । ଚଳିତବର୍ଷ କୋଭିଡ୍ ହେତୁ ଅନେକ ଯାନିଯାତ୍ରାରେ କଟକଣା ଲାଗିସାରିଛି । ଏବେ ପୁଣି କରୋନା ଲେଉଟି ଥିବାରୁ ଏହାକୁ ଆଖି ଆଗରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି ।

ସେହିପରି ଆସନ୍ତା ୧୧ ତାରିଖ ମହା ଶିବରାତ୍ରୀ ଅବସରରେ ପ୍ରସିଦ୍ଧ ଶୈବ ପୀଠ ଢେଙ୍କାନାଳର କପିଳାଶରେ କଟକଣା ଜାରି କରାଯାଇଛି । ପ୍ରଭୁ ଚନ୍ଦ୍ରଶେଖରଙ୍କ ଜାଗର ଯାତ୍ରାରେ ଜିଲ୍ଲା ବାହାର ଲୋକଙ୍କୁ କପିଳାଶକୁ ବାରଣ କରାଯାଇଛି । ଏପରିକି କୋଭିଡ୍ ଗାଇଡ଼ ଲାଇନ ମଧ୍ୟରେ ଚଳିତ ବର୍ଷ ଜାଗର ଯାତ୍ରା ଅନୁଷ୍ଠିତ ହେବ । ଜାଗର ଯାତ୍ରା ପୂର୍ବରୁ କପିଳାଶ ପୀଠର ସମସ୍ତ ସେବାୟତଙ୍କ କୋଭିଡ୍ ଟେଷ୍ଟ କରାଯାଇ କେବଳ ନେଗେଟିଭ ରିପୋର୍ଟ ଥିବା ସେବାୟତଙ୍କ ମାଧ୍ୟମରେ ନୀତିକାନ୍ତି କରାଯିବ ।

ତେବେ ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ଚଳିତ ବର୍ଷ କୋଭିଡ୍ କଟକଣାକୁ ମାନି ଶିବରାତ୍ରୀ ପାଳନ ହେବ ବୋଲି ସୂଚନା ଦେଇଥିଲେ ବିଏମସି କମିଶନର । ସାମାଜିକ ଦୂରତା, ମାସ୍କ ପିନ୍ଧିବା ଓ ବୟସ୍କ ଲୋକଙ୍କୁ ମନ୍ଦିର ବାରଣ ସହିତ ଏଥର ଲିଙ୍ଗରାଜ ମନ୍ଦିରରେ ଶିବରାତ୍ରୀ ପାଳନ ହେବ ।

Get real time updates directly on you device, subscribe now.

Leave A Reply

Your email address will not be published.