THE BYAPINI

ଶକ୍ତିଶାଳି ଭୂ-କମ୍ପରେ ଥରିଲା ଜାପାନ

Get real time updates directly on you device, subscribe now.

ଜାପାନରେ ଭୀଷଣ ଭୂମିକମ୍ପ । ପୂର୍ବ ଜାପାନରେ ବୁଧବାର ରାତିରେ ବଡ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୩ ବୋଲି ଜଣାପଡିଛି । ଜାପାନର ଉତ୍ତରପୂର୍ବ ଅଞ୍ଚଳକୁ ସୁନାମି ପାଇଁ ହାଇଆଲର୍ଟ କରାଯାଛି। ଫୁକୁସୀମା ଅଞ୍ଚଳ ଉପକୂଳର ୬୦ କିଲୋମିଟର ଗଭୀରତାରେ ଏହାର କେନ୍ଦ୍ରସ୍ଥଳ ବୋଲି ଜଣାପଡିଛି । ଉତ୍ତରପୂର୍ବ ଉପକୂଳରେ ୧ ମିଟର ସୁନାମୀ ଆସିବା ନେଇ ପ୍ରଶାସନ ସତର୍କ ସୂଚନା ଦେଇଛି ।
ଭୂମିକମ୍ପ ଜନିତ ସଠିକ୍ କ୍ଷୟକ୍ଷତିର ଆକଳନ କରାଯାଇନାହିଁ । ବିଦ୍ୟୁତ୍ ଯୋଗାଣ ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି । ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହୋଇଥିବାରୁ ପାଖାପାଖି ୭୦ ଲକ୍ଷ ପରିବାର ଅନ୍ଧାରରେ ଅଛନ୍ତି । ସୂଚନା ମୁତାବକ, ୨୦୧୧ ମାର୍ଚ୍ଚ ୧୧ ରେ ଜାପାନ ପୂର୍ବ ଉପକୂଳରେ ୯.୦ ତୀବ୍ରତାର ଭୂକମ୍ପ ସାଙ୍ଗକୁ ସୁନାମି ଆସିବା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଏଥିରେ ୧୮ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା ।
ଟୋକିଓ ନିକଟରେ ଏହାର କେନ୍ଦ୍ରସ୍ଥଳ ରହିଥିବାବେଳେ ଫୁକୁସିମାରେ ମଧ୍ୟ ଏହାର ତୀବ୍ର ପ୍ରଭାବ ଅନୁଭୂତ ହୋଇଛି । କାନଜଓ୍ୱା, ୟୋକୋହାମା, ନିଗାଟ ଓ ସେନଡାଇ ଭଳି ଅଞ୍ଚଳରେ ମଧ୍ୟ ଭୂକମ୍ପର ଝଟକା ଅନୁଭୂତ ହୋଇଛି।

Get real time updates directly on you device, subscribe now.

Leave A Reply

Your email address will not be published.