କାଲି ବାତ୍ୟାର ରୂପ ନେବ ‘ଜୱାଦ’
ଆସନ୍ତାକାଲି ବତ୍ୟାର ରୂପ ନେବ ‘ଜୱାଦ’ । ସାମ୍ଭାବ୍ୟ ବାତ୍ୟା ନେଇ ସୂଚନା ଦେଇଛନ୍ତି ଏସଆରସି । ଏସଆରସି କହିଛନ୍ତି, ଆସନ୍ତାକାଲି ବତ୍ୟାର ରୂପ ନେବ ଲଘୁଚାପ । କାଲି ମଧ୍ୟ ରାତିରୁ ବର୍ଷା ହେବାର ସମ୍ଭାବନା ରହିଛି । ୪ତାରିଖ ସକାଳୁ ଉତ୍ତର-ପୂର୍ବ ଦିଗକୁ ରିକର୍ଭିଂ ସମ୍ଭାବନା ରହିଛି । କେଉଁ ସ୍ଥାନରୁ ଦିଗ ପରିବର୍ତ୍ତନ କରିବ ଓ ସ୍ଥଳ ଭାଗ ଛୁଇଁବ ତାହା ସ୍ପଷ୍ଟ ହୋଇନାହିଁ । ସେହିପରି ବାତ୍ୟା ଲ୍ୟାଣ୍ଡଫଲ ବେଳେ ୯୦ରୁ ୧୦୦ କିଲୋମିଟର ବେଗରେ ପବନ ବହିପାରେ ।
ଏସଆରସି ଆହୁରି ମଧ୍ୟ କହିଛନ୍ତି କି, ବାତ୍ୟା ମୁକାବିଲା ପାଇଁ ମୋଟ ୨୨୫ଟି ଟିମ ପ୍ରସ୍ତୁତ ଅଛନ୍ତି । ଓଡ୍ରାଫ, ଏନଡିଆରଏଫ ଓ ଅଗ୍ନୀଶମ କର୍ମଚାରୀ ମଧ୍ୟ ପ୍ରସ୍ତୁତ ଅଛନ୍ତି । ୬୦ଟି ଓଡ୍ରାଫ, ୧୭ଟି ଏନଡିଆରଏଫ ଟିମ ପ୍ରସ୍ତୁତ ହୋଇ ରହିଛନ୍ତି । ୧୭୨ଟି ଅଗ୍ନୀଶମ ଦଳ ପ୍ରସ୍ତୁତ ଅଛନ୍ତି । ଲ୍ୟାଣ୍ଡଫଲ ବେଳେ ନିର୍ଭର କରୁଛି କେଉଁ ସ୍ଥାନରେ ପବନ ବର୍ଷା ହେବ । ଏନେଇ ମତ୍ସ୍ୟ ବିଭାଗ ଓ କୃଷି ବିଭାଗକୁ ସତର୍କ କରିଛୁ । ସେହିପରି ଅମଳ ଶସ୍ୟକୁ ଯଥାଶୀଘ୍ର ଆଣିବାକୁ ଚାଷୀମାନଙ୍କୁ କୁହାଯାଇଛି ।