THE BYAPINI

ବିଜେଡି କରିବନି ନିର୍ବାଚନୀ ପ୍ରଚାର

Get real time updates directly on you device, subscribe now.

ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଥିବା ବେଳେ ଦିନକୁ ଦିନ ସ୍ଥିତି ଖରାପ ହେବାକୁ ଲାଗିଛି । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବଡ଼ ନିଷ୍ପତି ନେଇଛନ୍ତି । ପିପିଲିରେ ଆଉ ନିର୍ବାଚନୀ ରାଲି କରିବନି ବିଜେଡି । କିମ୍ବା କୌଣସି ସାଧାରଣ ସଭା କରିବନି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଟୁଇଟ କରି ଏନେଇ ସୂଚନା ଦେଇଛନ୍ତି ।

ପିପିଲି ଉପନିର୍ବାଚନ ପାଇଁ ବିଜେଡି କରିବନି ରାଲି ଓ କ୍ୟାମ୍ପେନ । କରୋନା ପାଇଁ ରାଲି ଓ ସଭାରୁ ଦୂରେଇ ରହିବ ଦଳ । ନବୀନ ଟ୍ୱିଟରେ ଲେଖିଛନ୍ତି ଯେ ବିଜେଡି ଏକ ଦାୟିତ୍ୱବାନ ଦଳ ଜ୍ଝ ଲୋକଙ୍କ ଜୀବନକୁ ଦଳ ବିପଦରେ ପକାଇବ ନାହିଁ ।ଲୋକଙ୍କ ଜୀବନ ଅତି ମୂଲ୍ୟବାନ ହୋଇଥିବାବେଳେ ଆମେ ଲୋକଙ୍କ ସେବା ପାଇଁ ନିର୍ବାଚନ ଲଢୁଛୁ କିନ୍ତୁ ଯଦି ନିର୍ବାଚନ ପ୍ରଚାରରେ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି, ସେତେବେଳେ ମୁଁ ରାଜନୈତିକ ଦଳମାନଙ୍କୁ ଓ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିବି ଯେ ସେ ପ୍ରଚାରର ଅବଧି ଓ ପଦ୍ଧତି ଉପରେ ପୁନର୍ବିଚାର କରନ୍ତୁ । ସମଗ୍ର ଓଡିଶା ମୋ ପରିବାର । ତେଣୁ ପରିବାରର ସମସ୍ତ ସଦସ୍ୟ ସୁରକ୍ଷିତ ରହିବାର ଦାୟିତ୍ବ ମୋ ର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଜନସାଧାରଣଙ୍କ ମୂଲ୍ୟବାନ ଜୀବନ ରକ୍ଷା କରିବା ପାଇଁ ପ୍ରଚାର ଏବଂ ରାଲିକୁ ବିଜେଡି କରିବ ନାହିଁ ବୋଲି ଟ୍ବିଟ ଜରିଆରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ପିପିଲି ଉପ ନିର୍ବାଚନ ପାଇଁ ମେ ୧୩ରେ ମତଦାନ ହେବାକୁ ଯାଉଛି। କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ଦେହାନ୍ତ ପରେ ନିର୍ବାଚନ ଆୟୋଗ ସାନି ମତଦାନ ଘୋଷଣା କରିଛନ୍ତି। ପ୍ରଥମେ ଭୋଟ୍ ଗ୍ରହଣ ଏପ୍ରିଲ ୧୭ରେ ହେବାର ଥିଲା। ଏହାର ତିନି ଦିନ ପୂର୍ବରୁ ଅର୍ଥାତ ଏପ୍ରିଲ ୧୪ରେ ଅଜିତ୍‌ ମଙ୍ଗରାଜଙ୍କ କରୋନାରେ ମୃତ୍ୟୁ ହୋଇଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.