THE BYAPINI

ଘୁଂଚିଲା ଜେଇଇ ମେନ୍ ପରୀକ୍ଷା

Get real time updates directly on you device, subscribe now.

କରୋନା ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି ଜେଇଇ ମେନ୍ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । କରୋନା ସଂକ୍ରମଣ ବଢୁଥିବାରୁ ଯୁଗ୍ମ ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ୨୦୨୧ ଏପ୍ରିଲ ସେସନର ପରୀକ୍ଷା ସ୍ଥଗିତ ହୋଇଛି । ପରୀକ୍ଷା ପାଇଁ ପରବର୍ତ୍ତୀ ସମୟରେ ତାରିଖ ଘୋଷଣା ହେବ। ପରୀକ୍ଷାର ୧୫ ଦିନ ପୂର୍ବରୁ ପରୀକ୍ଷାର୍ଥୀ ମାନଙ୍କୁ ଜଣାଇ ଦିଆଯିବ । ନେସନାଲ୍ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ସ୍ଥଗିତ ହେବା ନେଇ ସୂଚନା ଦିଆଯାଇଛି ।

ଆସନ୍ତା ଏପ୍ରିଲ ୨୭, ୨୮ ଏବଂ ୩୦ ତାରିଖରେ ହେବାକୁ ଥିବା ଯୁଗ୍ମ ପ୍ରବେଶିକା ପରୀକ୍ଷା ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି । ଚଳିତ ବର୍ଷ ୪ଟି ସେସନରେ ପରୀକ୍ଷା ହେବାର ଥିଲା। ପୂର୍ବରୁ ଶିକ୍ଷାର୍ଥୀମାନେ ଫେବୃଆରୀ ଓ ମାର୍ଚ୍ଚ ସେସନ ପରୀକ୍ଷା ଦେଇ ସାରିଛନ୍ତି। ପ୍ରଥମ ସେସନ ପରୀକ୍ଷା ଫେବୃଆରୀ ୨୩ରୁ ୨୬ ଓ ଦ୍ୱିତୀୟ ସେସନ ମାର୍ଚ୍ଚ ୧୬ରୁ ୧୮ ଯାଏ ହୋଇଥିଲା। ଏହାର ରେଜଲ୍ଟ ମଧ୍ୟ ପ୍ରକାଶ ପାଇ ସାରିଛି।

ମହାମାରୀର ସ୍ଥିତିକୁ ଦୃଷ୍ଟିରେ ରଖି ଏପ୍ରିଲ ସେସନର ପରୀକ୍ଷା ସ୍ଥଗିତ ହୋଇଛି । ତେବେ ପୁଣି ଥରେ ପରୀକ୍ଷା ନେଇ କେବେ ବିଜ୍ଞପ୍ତି ପ୍ରକାଶ ପାଇବ ସେ ନେଇ ସୂଚନା ଦିଆଯାଇନାହିଁ । ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ । ଏହା ସହିତ ପରୀକ୍ଷାର ପୁନଶ୍ଚ ତାରିଖ ୧୫ ଦିନ ପୂର୍ବରୁ ପ୍ରକାଶ ପାଇବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.