THE BYAPINI

ଝରାଫୁଲଙ୍କୁ ହତ୍ୟା?

Get real time updates directly on you device, subscribe now.

ବହୁ ଚର୍ଚ୍ଚିତ ଝରାଫୁଲଙ୍କ ମୃତ୍ୟୁ କେମିିତି ହେଲା? ତାଙ୍କୁ ହତ୍ୟା କରାଯାଇଛି ନା ଅସୁସ୍ଥତା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି ? ସାରା ରାଜ୍ୟରେ ଏହାକୁ ନେଇ ଚର୍ଚ୍ଚ କରାଯାଉଥିବା ବେଳେ ସାମନାକୁ ଆସିଛି ନୂଆ ତଥ୍ୟ । ପୂର୍ବରୁ ଅସୁସ୍ଥତା କାରଣରୁ ଝରାଫୁଲଙ୍କ ମୃତ୍ୟୁ ହୋଇଥିବା ନେଇ କୁହାଯାଇଥିବା ବେଳେ ଏବେ କିନ୍ତୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସନ୍ଦେହ ଦୃଢୀଭୂତ ହେଉଛି । ପୋଷ୍ଟମର୍ଟମ ରିପୋର୍ଟରେ ଝରାଫୁଲଙ୍କ ଶ୍ୱାସରୁଦ୍ଧରେ ମୃତ୍ୟୁ ହୋଇଥିବା ନେଇ ସୂଚନା ଆସିଥିବା ବେଳେ ଆନୁଷ୍ଠାନିକ ଭାବେ ଏନେଇ କିଛି ସ୍ପଷ୍ଟ କରାଯାଇନାହିଁ ।

ଝରାଫୁଲଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ ବଢିଛି । ଗେଷ୍ଟ ହାଉସ ରୁମ ଭିତରେ ଯଦି ଝରାଫୁଲକୁ ହତ୍ୟା କରାଯାଇଛି ,ରାକେଶ ହିଁ ହତ୍ୟାକାରୀ ବୋଲି ଧରିନିଆଯାଇପାରେ । କାରଣ ରାକେଶ ହିଁ ଭୁବନେଶ୍ୱର ଶିବସାଇ ଗେଷ୍ଟହାଉସରେ ଝରାଫୁଲଙ୍କ ସହ ରାତି କାଟିଥିଲା । ସେପଟେ ଆଜି ସରିଛି ରାକେଶ ସ୍ୱାଇଁର ୩ ଦିନିଆ ରିମାଣ୍ଡ ଅବଧି । ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ତାକୁ ଜିଲ୍ଲା ଦୌରା ଜଜଙ୍କ କୋର୍ଟରେ ହାଜର କରାଯାଇଥିଲା । କୁଆଖିଆ ପୋଲିସ ଆଉ ରିମାଣ୍ଡ ଆବେଦନ ନକରିବାରୁ ବିଚାର ବିଭାଗୀୟ ହାଜତକୁ ଯାଇଛି ରାକେଶ ସ୍ୱାଇଁ ।

ଝରାଫୁଲ ମୃତ୍ୟୁ ଘଟଣାରେ ପୁଲିସ ହାତରେ ଆଉ ଏକ ପ୍ରମାଣ ମଧ୍ୟ ଲାଗିଛି । ଘଟଣା ଦିନ ରାକେଶ ସ୍ୱାଇଁ ପିନ୍ଧିଥିବ ପୋଷାକ ଓ ମୋବାଇଲକୁ ପୁଲିସ ଜବତ କରିଛି । କିନ୍ତୁ ସ୍କୁଟରରେ ରାକେଶ ସହ ଥିବା ତାଙ୍କ ବନ୍ଧୁ ଶକ୍ତିଶେଖରର କୌଣସି ପତ୍ତା ପାଇ ଏଯାଏଁ ପାଇ ପାରିନାହିଁ ପୋଲିସ।

Get real time updates directly on you device, subscribe now.

Leave A Reply

Your email address will not be published.