THE BYAPINI

ଟଙ୍କା ପାଇଁ ଝରାଫୁଲକୁ ହତ୍ୟା

Get real time updates directly on you device, subscribe now.

ବହୁ ଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣା ଉପରୁ ପରଦା ହଟିଛି । ଟଙ୍କା ନେଣଦେଣକୁ କେନ୍ଦ୍ର କରି ଝରାଫୁଲଙ୍କୁ ହତ୍ୟା କରିଥିଲା ପୁରୁଷ ବନ୍ଧୁ ରାକେଶ ସ୍ବାଇଁ । ଫେରାର ଅଭିଯୁକ୍ତ ଶକ୍ତି ଶେଖର ସ୍ୱାଇଁ ଗିରଫ ପରେ ଖୋଲିଲା ମୃତ୍ୟୁର ରହସ୍ୟ । ଧାର ଟଙ୍କା ଫେରାଇବା ପାଇଁ ଝରାଫୁଲ କହିବାରୁ ତାକୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ରଚିଥିଲା ରାକେଶ । ଝରାଫୁଲ ନାକ ଓ ପାଟିକୁ ବନ୍ଦ କରି ହତ୍ୟା କରିଥିଲା ଏହି ସଇତାନ ।

ଝରାଫୁଲ ମର୍ଡର ମିଷ୍ଟ୍ରିର ଖୁଲାସା କରିଛନ୍ତି ଯାଜପୁର ଏସ୍‌ପି। ମାତ୍ର ୩୦ ହଜାର ଟଙ୍କା ପାଇଁ ରାକେଶ ସ୍ୱାଇଁ ହିଁ ଝରାଫୁଲକୁ ହତ୍ୟା କରିଥିଲା। ଏସ୍‌ପି ଦେଇଥିବା ସୂଚନା ଅନୁଯାୟୀ, ବାଇକ୍‌ କିଣିବା ପାଇଁ ଝରାଫୁଲଠାରୁ ୩୦ ହଜାର ଟଙ୍କା ନେଇଥିଲା ରାକେଶ। ପରବର୍ତ୍ତି ସମୟରେ ଝରଫୁଲ ପଇସା ମାଗିବାରୁ ହତ୍ୟାକରିବାକୁ ଯୋଜନା କରିଥିଲା ରାକେଶ। ଝରାଫୁଲ ବାରମ୍ବାର ଟଙ୍କା ମାଗିବା ସହ ଘରେ କହିଦେବାକୁ ଧମକ ଦେଇଥିଲା। ଝରାଫୁଲର ଧମକ୍‌ରେ ଅତିଷ୍ଟ ହୋଇପଡ଼ିଥିଲା ରାକେଶ। ଏହା ପରେ ମନେ ମନେ ପ୍ରତିଶୋଧ ପରାୟଣ ହୋଇ ପଡ଼ିଥିବା ରାକେଶ ଟଙ୍କା ଦେବା ବାହାନାରେ ଝରାଫୁଲକୁ ଡକାଇଥିଲା। ଭୁବନେଶ୍ୱରକୁ ଏକ ଜନ୍ମଦିନ ପାର୍ଟିକୁ ଆସିଥିବା ଝରାଫୁଲକୁ ଅଟକାଇଥିଲା ରାକେଶ।

ଜାନୁଆରୀ ୨୬ ତାରିଖ ରାତିରେ ଝରାଫୁଲକୁ ହୋଟେଲ ନେଇଥିଲା ରାକେଶ। ହୋଟେଲରେ ମଦ ପିଇବାକୁ ଦେବାପରେ ଶ୍ୱାସରୁଦ୍ଧ କରି ଝରାଫୁଲଙ୍କୁ ରାକେଶ ହତ୍ୟା କରିଥିଲା ବୋଲି କହିଛନ୍ତି ଯାଜପୁର ଏସପି । ହତ୍ୟା ପରେ ଝରାଫୁଲଙ୍କ ଶବକୁ ଶକ୍ତି ସ୍ୱାଇଁ ସହିତ ଏକ ସ୍କୁଟି ସାହାଯ୍ୟରେ ତା ପରଦିନ କୁଆଖିଆ ଥାନା ମୁଳାପାଳ ଛକ ନିକଟସ୍ଥ ରାସ୍ତା କଡରେ ଫିଙ୍ଗି ଉଭୟ ଫେରାର ହୋଇଯାଇଥିଲେ । ପୂର୍ବରୁ ଏହି ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁ ଏବଂ ଅମରେଶ ରାଉତ ଗିରଫ ହୋଇଥିଲେ । ବୁଧବାର ଭୁବନେଶ୍ୱରରୁ କମିଶନରେଟ୍ ପୋଲିସ ସହାୟତାରେ ଯାଜପୁର ପୋଲିସ ଶକ୍ତି ସ୍ୱାଇଁକୁ ଗିରଫ କରିଛି ।

Get real time updates directly on you device, subscribe now.

Leave A Reply

Your email address will not be published.