THE BYAPINI

ଉପନିର୍ବାଚନ ପରେ କାର୍ଯ୍ୟାନୁଷ୍ଠାନ: ବିଜେଡିରୁ ନିଲମ୍ବିତ ହେଲେ ବାଲେଶ୍ୱରର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ

Get real time updates directly on you device, subscribe now.

ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ ବିଜେଡିରୁ ନିଲମ୍ବିତ । ଉପନିର୍ବାଚନ ପରେ କାର୍ଯ୍ୟାନୁଷ୍‌ଠାନ ନେଇଛି ଦଳ । ଦଳ ବିରୋଧୀ କାର୍ଯ୍ୟ କରିଥିବା ଅଭିଯୋଗରେ ତାଙ୍କ ନିଲମ୍ବନ କରାଯାଇଛି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ଦଳରୁ ନିଲମ୍ୱିତ କରାଯାଇଛି । ତେବେ କାର୍ଯ୍ୟାନୁଷ୍ଠାନ ଖବର ପାଇବା ପରେ ଏନେଇ ଜୀବନ ପ୍ରଦୀପ ଦାଶ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଏ ସମ୍ପର୍କରେ ସେ ଆନୁଷ୍ଠାନିକ ଭାବେ କିଛି ସୂଚନା ପାଇନାହାନ୍ତି। ଯଦି ଏପରି କାର‌୍ୟ୍ୟାନୁଷ୍ଠାନ ହୋଇଥାଏ, ତାହେଲେ ଯେଉଁ ଅଭିଯୋଗ ସେଥିରେ ଦର୍ଶାଯାଇଛି, ତାହା ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ ବୋଲି ସେ ସଫେଇ ଦେଇଛନ୍ତି।

ନିର୍ବାଚନ ବେଳେ ସେ ଦଳରୁ ଟିକେଟ ପାଇଁ ଆଶାୟୀ ଥିବା ବେଳେ ଦଳ ତାଙ୍କୁ ନିରାଶ କରିଥିଲା ପରେସେ ଦଳ ସହିତ ଥିଲେ ବି ଦଳର ପ୍ରଚାର ପ୍ରସାରରେ ସେ ସହଯୋଗ କରୁନଥିବା ଅଭିଯୋଗ ହେଉଥିଲା ଏହା ପରେ ବାଲେଶ୍ୱର ସଦରରେ ଜୀବନ ପ୍ରଦୀପ୍ ଦାଶଙ୍କ ଏକ ଟିମ୍ ବିଜେଡି ବିରୋଧରେ କାର‌୍ୟ୍ୟ କରୁଥିବା ନେଇ ବିଭିନ୍ନ ମହଲରେ ଆଲୋଚନା ହେଉଥିଲା ।

୨୦୦୪ ମେଣ୍ଟ ସରକାର ସମୟରେ ଜୀବନ ପ୍ରଦୀପ ଦାଶ ବାଲେଶ୍ୱର ସଦର ଆସନରେ ବିଜେପିରୁ ପ୍ରଥମଥର ପାଇଁ ବିଧାୟକ ନିର୍ବାଚିତ ହୋଇଥିଲେ। ପରେ ବିଜୁ ଜନତା ଦଳରେ ଯୋଗ ଦେଇ ୨୦୦୯ ଓ ୨୦୧୪ରେ ସେ ଦୁଇଦୁଇ ଥର ବିଧାୟକ ହୋଇଥିଲେ। ତେବେ ୨୦୧୯ ବିଧାନସଭା ନିର୍ବାଚନରେ ସେ ବିଜେପି ପ୍ରାର୍ଥୀ ସ୍ବର୍ଗତ ମଦନ ମୋହନ ଦତ୍ତଙ୍କ ଠାରୁ ପରାଜିତ ହୋଇଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.