THE BYAPINI

ହିଂସାକାଣ୍ଡ ପରେ ବଢିଲା ଚାପ..ତୁରନ୍ତ ସୀମା ଖାଲିକର..

Get real time updates directly on you device, subscribe now.

ଟ୍ରାକ୍ଟର ପରେଡରେ ହିଂସାକାଣ୍ଡ ପରେ ଚାଷୀ ଆନ୍ଦୋଳନକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି । ହିଂସା ପରେ ଗାଜିପୁର ସୀମାରୁ ସମସ୍ତ ଚାଷୀଙ୍କୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଯୋଗୀ ପ୍ରଶାସନ ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ପୁଲିସ ଅଧୀକ୍ଷକମାନଙ୍କୁ ନିର୍ଦ୍ଦେଶନାମା ଜାରି ଜାରି କରିଛନ୍ତି। ଷକଙ୍କୁ ଦିଲ୍ଲୀ ଗାଜିପୁର ସୀମାରୁ ବାହାର କରିବା ପାଇଁ ବିପୁଳ ପରିମାଣର ପୁଲିସ ଫୋର୍ସ ମୁତୟନ କରାଯାଇଛି ।

ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କୃଷକ ଆନ୍ଦୋଳନକୁ ବନ୍ଦ କରିବା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେବା ପରେ ଜିଲ୍ଲା ପ୍ରଶାସନ ଆକ୍ସନ ମୋଡକୁ ଆସିଛି । ଯୋଗୀ ଆଦିତ୍ୟନାଥ ତୁରନ୍ତ ସବୁ ଧାରଣାସ୍ଥଳ ଓ ଧାରଣାକାରୀଙ୍କୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଉତ୍ତର ପ୍ରଦେଶର କେତେକ ସ୍ଥାନରେ ଗତ ୨ ମାସ ହେଲା କୃଷି ଆଇନକୁ ବିରୋଧ କରି ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି । ତେବେ ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ହୋଇଥିବା ହିଂସା ପରେ ଅନେକ ଚାଷୀ ନେତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି ।

ସେପଟେ ଗାଜିପୁରରେ ଆନ୍ଦୋଳନରତ କୃଷକଙ୍କୁ ସମ୍ବୋଧନ କରିଛନ୍ତି ଚାଷୀ ନେତା ରାକେଶ ଟିକାୟତ । ସେ କହିଛନ୍ତି, ପୁଲିସ ପାଖରେ ଆତ୍ମସମର୍ପଣ କରିବେ ନାହିଁ, ଶାନ୍ତିପୂର୍ଣ୍ଣ ଧାରଣା ଜାରି ରହିବ । ଗାଜିପୁର ବର୍ଡରରେ କୌଣସି ହିଂସା ହୋଇନାହିଁ । ଆନ୍ଦୋଳନ ଭଙ୍ଗ କରିବା ପାଇଁ ଷଡଯନ୍ତ୍ର ଥିଲା, ଯେଉଁଥିରେ ସଫଳ ହେଲେ କିଛି ଲୋକ । ସୁପ୍ରିମକୋର୍ଟ ଶାନ୍ତିପୂର୍ଣ୍ଣ ଧାରଣା ସପକ୍ଷରେ ମତ ଦେଇଥିଲେ ବି ୟୁପି ସରକାର ଦମନକାରୀ ନୀତି ଆପଣେଇଥିବା କହିଛନ୍ତି ରାକେଶ ଟିକାୟତ । ଆଗକୁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଟିକାୟତ।

ଦିଲ୍ଲୀ ପୋଲିସ ଏବେ ଆକସନ ମୁଡକୁ ଆସିଛି । ଚାଷୀ ନେତାଙ୍କ ବିରୋଧରେ ଲୁକ୍ ଆଉଟ୍ ଜାରି କରିବା ସହ ଅନେକ ନେତାଙ୍କୁ ନୋଟିସ୍ ଜାରି କରିଛି ପୋଲିସ । ହିଂସା ଘଟଣାକୁ ନେଇ ଖୁବ ଶୀଘ୍ର ଜବାବ ରଖିବା ପାଇଁ ନିର୍ଦ୍ଦେଶ ରହିଛି । ଚାଷୀ ନେତା ରାକେଶ ଟିକାୟତଙ୍କ ସମେତ ୪୪ ଜଣ ଚାଷୀ ନେତାଙ୍କ ନାଁରେ ଲୁକଆଉଟ୍ ନୋଟିସ ଜାରି କରାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.