THE BYAPINI

ପଶ୍ଚିମବଙ୍ଗରେ ‘ପରିବର୍ତ୍ତନ ଯାତ୍ରା’

Get real time updates directly on you device, subscribe now.

ପଶ୍ଚିମବଙ୍ଗରେ ନଡ୍ଡାଙ୍କ ପରିବର୍ତ୍ତନ ରଥଯାତ୍ରା । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପଶ୍ଚିମବଙ୍ଗର ମାଲଦା ଗସ୍ତ କରିଛନ୍ତି । ଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ତାରିଖ ଘୋଷଣା ହୋଇ ନଥିଲେ ସୁଦ୍ଧା ନିର୍ବାଚନକୁ ନେଇ ସବୁ ରାଜନୈତିକ ଦଳ ଏବେ ଠାରୁ ତତ୍ପର ହୋଇ ଉଠିଲେଣି। ଶ୍ଚିମବଙ୍ଗରେ ଦଳ ପକ୍ଷରୁ ଆୟୋଜିତ ‘ପରିବର୍ତ୍ତନ ଯାତ୍ରା’ର ଶୁଭାରମ୍ଭ କରିଛନ୍ତି ନଡ୍ଡା।

‘ପରିବର୍ତ୍ତନ ଯାତ୍ରା’ର ଶୁଭାରମ୍ଭ କରି ବିଜେପି ଜାତୀୟ ସଭାପତି ଜେପି ନଡ୍ଡା କହିଛନ୍ତି ଯେ ଏହି ଯାତ୍ରାର ଶୁଭାରମ୍ଭ କରି ସେ ନିଜକୁ ଉତ୍ସାହିତ ମନେ କରୁଛନ୍ତି। କାରଣ, ବଙ୍ଗଳାରେ ଏବେ ପରିବର୍ତ୍ତନ ହେବାର ସମୟ ଆସି ଯାଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍‌ କରି ଜେପି ନଡ୍ଡା କହିଛନ୍ତି, ଦିଦି ପଶ୍ଚିମବଙ୍ଗର ଚାଷୀମାନଙ୍କ ସହିତ ଅନ୍ୟାୟ କରିଛନ୍ତି । ମାଲଦାରେ ନଡାଙ୍କ ରାଲିରେ ରାସ୍ତା ଉପରେ ଜନସମୁଦ୍ର ଦେଖିବାକୁ ମିଳିଛି । ଏହି ଅବସରରେ ସେ କହିଛନ୍ତି ଏଥର ଦୁର୍ନୀତିଗ୍ରସ୍ତ ସରକାରଙ୍କୁ ହଟାଇବାକୁ ପଶ୍ଚିମବଙ୍ଗର ଜନତା ମନ ବଲେଇ ସାରିଲେଣି ।

ଜେପି ନଡ୍ଡା କହିଛନ୍ତି, ମମତା ଦିଦି ନିଜ ଜିଦ୍‌, ଅହଙ୍କାର ଏବଂ ଅଭିମାନକୁ ନେଇ ରାଜନୀତି କରୁଛନ୍ତି । ଯାହା ଫଳରେ କି ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନା ଲାଗୁ ହୋଇପାରିଲା ନାହିଁ । ଏହାର ପରିଣାମ ସ୍ବରୂପ ପଶ୍ଚିମବଙ୍ଗରେ ୭୦ ଲକ୍ଷ ଚାଷୀ ଏହି ସୁବିଧାରୁ ବଞ୍ଚିତ ହେଲେ ।ନଡ୍ଡା କହିଛନ୍ତି, ମମତା ଦିଦି ୧୦ବର୍ଷ ପୂର୍ବେ ‘ମା, ମାଟି, ମାନୁଷ’ର ନାରା ଦେଇ ରାଜ୍ୟରେ ସରକାର ଗଠନ କରିଥିଲେ। ମାତ୍ର ଏଇ ୧୦ବର୍ଷରେ, ‘ମା’ (ମାତା) ଲୁଟ୍‌ ହୋଇଥିଲେ, ‘ମାଟି’ (ମାଟି)କୁ ଅସମ୍ମାନ କରାଯାଇଥିଲା ଏବଂ ‘ମାନୁଷ’ (ମଣିଷ) ସୁରକ୍ଷିତ ହୋଇ ନଥିଲେ।
ମତାଙ୍କୁ କଟାକ୍ଷ କରିବାକୁ ଯାଇ ବିଜେପି ସଭାପତି ନଡ୍ଡା କହିଛନ୍ତି, ଜୟ ଶ୍ରୀ ରାମଙ୍କ ସହ (ମମତା ବାନାର୍ଜୀଙ୍କ) ସମସ୍ୟା କ’ଣ? ମମତା କାହିଁକି ଏତେ କ୍ରୋଧିତ? ଭାରତର ସଂସ୍କୃତି ପ୍ରତି ସମ୍ମାନ ଦେବା ଭୁଲ କି? ଏଥିରୁ ଜଣାପଡିଛି ଯେ ରାଜନୀତି ଭାରତର ସଂସ୍କୃତି ଠାରୁ ଉର୍ଦ୍ଧ୍ୱରେ ଅଛି। ‘ଜୟ ଶ୍ରୀ ରାମ’ ଶୁଣିଲେ ମମତା ଜୀ କାହିଁକି ଏତେ କ୍ରୋଧିତ ହେଉଛନ୍ତି, ତାହା ମୁଁ ବୁଝିପାରୁ ନାହିଁ ବୋଲି କହିଛନ୍ତି ଶ୍ରୀ ନଡ୍ଡା।

Get real time updates directly on you device, subscribe now.

Leave A Reply

Your email address will not be published.