THE BYAPINI

ଆଜି କଳାହାଣ୍ଡି ବନ୍ଦ

Get real time updates directly on you device, subscribe now.

ମମିତା ମେହେର ମୃତ୍ୟୁ ମାମଲାରେ ବିଜେପି ପକ୍ଷରୁ ୧୨ଘଣ୍ଟିଆ କଳାହାଣ୍ଡି ବନ୍ଦ ।ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କର ସଂପୃକ୍ତି ରହିଛି ବୋଲି ବିଜେପି ଦାବି କରିଛି । ତେଣୁ ଦିବ୍ୟ ଶଙ୍କରଙ୍କର ଇସ୍ତଫା ଦାବି କରିଛି ବିଜେପି । ଏଥିସହ ତାଙ୍କୁ ଏହି ମାମଲାରେ ତଦନ୍ତ ପରିସରଭୁକ୍ତ କରିବାକୁ ବିରୋଧୀ ଦାବି କରିଛି ।

ଅଜି ବନ୍ଦ ପାଳନ କରିବା ସହିତ ବିଜେପିର ଏକ ୫ ଜଣିଆ ଟିମ୍ ବଲାଙ୍ଗୀର ଏବଂ କଳାହାଣ୍ଡି ଗସ୍ତ କରିବ । ଏହି ସମୟରେ ମମିତାଙ୍କ ପରିବାର ଲୋକଙ୍କୁ ଭେଟିବ ବିଜେପିର ପ୍ରତିନିଧି ଦଳ । ସ୍କୁଲ ମାଲିକ ଗୋବିନ୍ଦ ସାହୁ ପୋଲିସ୍ ବାରାକରୁ ଚଂପଟ୍ ମାରିବା ଓ ମନ୍ତ୍ରୀ ସହ ନିବିଡ଼ତା ପଦାକୁ ଆସିବା ପରେ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିକୁ ଜୋରଦାର୍ କରିଛନ୍ତି ବିରୋଧୀ।

କଳାହାଣ୍ଡି ମହାଲିଙ୍ଗ୍ରୁ ଶିକ୍ଷୟିତ୍ରୀ ନିଖୋଜ ମାମଲାରେ ଏବେ ବି ସସ୍ପେନ୍ସ ଲାଗି ରହିଛି। ନିର୍ମାଣାଧିନ ଖେଳପଡ଼ଇାରୁ ମିଳିଥିବା ମୃତଦେହଟି ମମିତାଙ୍କର କି ନୁହେଁ, ତାହା ସ୍ପଷ୍ଟ ହୋଇନାହିଁ। ଏହା ଜାଣିବା ପାଇଁ ମୃତଦେହର ହେବ ଡିଏନ୍ଏ ଟେଷ୍ଟ। ମମିତାଙ୍କର ସୁନା ଚେନ୍ ସହ ପାଉଁଜି ବି ଜବତ କରିଛି ପୋଲିସ। ତେବେ ମୃତଦେହର ଅବଶେଷଟି କାହାର, ତାହା ଜଣାପଡ଼ିନାହିଁ। କାରଣ ଦଗ୍ଧ ଏବଂ ଗଳିତ ଅବସ୍ଥାରେ ଉଦ୍ଧାର କରାଯାଇଛି ମୃତଦେହର ଅବଶେଷ । ଅନ୍ୟପଟେ ସନ୍ସାଇନ୍ ଇଂରାଜୀ ସ୍କୁଲ୍ର ମାଲିକ ତଥା ମୋଷ୍ଟ ୱାଣ୍ଟେଡ୍ ସଗୋବିନ୍ଦ ସାହୁକୁ ଗିରଫ ପରେ ଅଧିକ ପଚରାଉଚରା ପାଇଁ ବଲାଙ୍ଗିର ଆଣିଛି ପୋଲିସ। ଗୋବିନ୍ଦ ସହ ନିର୍ମାଣାଧିନ ଷ୍ଟାଡ଼ିୟମରେ ମୃତଦେହ ଫିଙ୍ଗିବା ପାଇଁ ଗାତ ଖୋଳିଥିବା ଜେସିବି ଡ୍ରାଇଭରକୁ ବି ଧରିଥିବା ଜଣାପଡ଼ିଛି । ଶିକ୍ଷୟିତ୍ରୀ ମମିତା ନିଖୋଜ ମାମଲାରେ ପୋଲିସ ହେପାଜତରୁ ଫେରାର ହୋଇଯାଇଥିବା ସ୍କୁଲର ମାଲିକ ଗୋବିନ୍ଦ ସାହୁକୁ ଗତକାଲି ଅପରାହ୍ନରେ ଗିରଫ କରାଯାଇଥିଲା। ବଲାଙ୍ଗିର ବଙ୍ଗୋମୁଣ୍ଡା ବ୍ଲକ ବୁଢ଼ୀପଦର ଗାଁର ଏକ ଆଖୁ କିଆରୀରୁ ଗୋବିନ୍ଦକୁ ଧରିଥିଲା ପୋଲିସ।

Get real time updates directly on you device, subscribe now.

Leave A Reply

Your email address will not be published.