କନ୍ଧମାଳରେ ସର୍ବନିମ୍ନ ତାପମାତ୍ରା ରେକର୍ଡ
ରାଜ୍ୟରେ ରାତି ତାପମାତ୍ରା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ରାଜ୍ୟରେ ୬ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । କନ୍ଧମାଳ ଜିଲ୍ଲାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି। ଦାରିଙ୍ଗବାଡ଼ି ସବୁଠାରୁ ଅଧିକ ଥଣ୍ଡା ସହର । ଦାରିଙ୍ଗବାଡ଼ିର ତାପମାତ୍ରା ରହିଛି ୯.୫ ଡିଗ୍ରୀ ।
ସେହିପରି କୋରାପୁଟରେ ୧୨.୨ ଡିଗ୍ରୀ, ଫୁଲବାଣୀରେ ୧୨.୬ ଡିଗ୍ରୀ, କେନ୍ଦୁଝର ୧୪.୨ ଡିଗ୍ରୀ ,ଟିଟିଲାଗଡ଼ରେ ୧୪.୩ ଡିଗ୍ରୀ ଝାରସୁଗୁଡାର ୧୪.୬ ଡିଗ୍ରୀ ରାତ୍ରି ତାପମାତ୍ରା ରହୁଛି ।ଭୁବନେଶ୍ୱରରେ ୧୭ ଓ କଟକର ୧୮ ଡିଗ୍ରୀ ରାତିରେ ତାପମାତ୍ରା ରହୁଛି ।
ସେହିଭଳି ଉପକୂଳର କିଛି ଜିଲ୍ଲାରେ ମଧ୍ୟ ୦.୫ରୁ ୧ଡିଗ୍ରି ପର୍ୟ୍ୟନ୍ତ ପାରଦସ୍ତରରେ ହ୍ରାସ ଘଟିଛି। ବର୍ତ୍ତମାନ ଓଡ଼ିଶା ଉପରେ କୌଣସି ନିର୍ଦ୍ଦିଷ୍ଟ ପାଣିପାଗର ପ୍ରଭାବ ନ ଥିବାରୁ ଆସନ୍ତା ୪ଦିନ ଯାଏ ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିବ। କ୍ରମାଗତ ଭାବେ ଓଡ଼ିଶା ଭିତରକୁ ଶୁଷ୍କ ଓ ଥଣ୍ଡା ବାୟୁ ଉତ୍ତର-ପଶ୍ଚିମ ଦିଗକୁ ପ୍ରବାହିତ ହେଉଛି। ଏହା ପ୍ରଭାବରେ ଆସନ୍ତା ୨ ଦିନରେ ରାଜ୍ୟର ତାପମାତ୍ରା ଆହୁରି ୨ ଡିଗ୍ରି ତଳକୁ ଖସିବ।