ମା’ ସାଜିଲା ହତ୍ୟାକାରୀ
କେନ୍ଦ୍ରାପଡା ପାଟକୁରାରୁ ଆସିଲା ଅଭାବନୀୟ ଚିତ୍ର । ଦେଢ ମାସର ପୁଅକୁ କୂଅକୁ ଫିଙ୍ଗିଦେଲା ମାଆ । ମାର୍ଶାଘାଇ ଥାନା କାନପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ଅଭିଯୋଗ ହୋଇଛି । ମାଆ ହିଁ ଶିଶୁ ପୁତ୍ରକୁ କୂଅରେ ପକାଇ ଦେଇଥିବା କହିଛନ୍ତି ମୃତ ଶିଶୁର ଆଈ । କୂଅରୁ ଦେଢ ମାସ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ ।
ସକାଳୁ ଶିଶୁ ପୁତ୍ର ନିଖୋଜ ଥିଲେ । ଏନେଇ ଥାନାରେ ଅଭିଯୋଗ ପରେ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଁଚି ଶିଶୁକୁ ଖୋଜାଖୋଜି କରିଥିଲେ । ଶେଷରେ କୂଅରୁ ଶିଶୁ ପୁତ୍ରର ମୃତଦେହକୁ ଉଦ୍ଧାର କରିଛନ୍ତି ଅଗ୍ନିଶମ ବାହିନୀ ।
ମାର୍ଶାଘାଇ ଥାନା କାନପୁର ଗାଁର ସତ୍ୟ ରଞ୍ଜନ ପରିଡାଙ୍କ ସ୍ତ୍ରୀ ଲକ୍ଷ୍ମୀପ୍ରିୟା ପରିଡା ନିଜ ଜନ୍ମିତ ପୁଅକୁ ରବିବାର ବିଳମ୍ବିତ ରାତିରେ ତଣ୍ଟି ଚିପି ମାରି ଦେଇଥିଲେ । ଏହାପରେ ଏକ ଅଖାରେ ପୁରାଇ ଘର ନିକଟ ଏକ ପରିତ୍ୟକ୍ତ କୂଅରେ ପକାଇ ଦେଇଥିଲେ । ପୋଲିସ ଲକ୍ଷ୍ମୀପ୍ରିୟା ଏବଂ ତାଙ୍କ ସ୍ଵାମୀ ସତ୍ୟ ରଞ୍ଜନଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି ।