ଖୋର୍ଦ୍ଧାରେ ୨ ହଜାର ପାର୍…
ରାଜ୍ୟରେ ଦୈନିକ ସଂକ୍ରମଣ ରେକର୍ଡ ଭାଙ୍ଗିଛି । ଦ୍ୱିତୀୟ ଲହରରେ ସଂକ୍ରମଣ ସଂଖ୍ୟା ସହ ମୃତ୍ୟୁ ମଧ୍ୟ ଗତ ୨୪ ଘଂଟାରେ ସବୁଠୁ ଅଧିକ ହୋଇଛି । ତେବେ ପ୍ରତିଦିନ ସର୍ବାଧିକ ପଜିଟିଭ ଚିହ୍ନଟ ହେଉଥିବା ଖୋର୍ଦ୍ଧା ଆହୁରି ଚିନ୍ତା ବଢାଇଛନ୍ତି । ଦିନକରେ ଖୋର୍ଦ୍ଧା ଜିଲ୍ଲାରୁ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ଟପିଛି । ଯାହା ସରକାର ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।
ହଟସ୍ପଟ ପାଲଟିଥିବା ଖୋର୍ଦ୍ଧା ଜିଲ୍ଲାରୁ ଗତ ୨୪ ଘଂଟାରେ ୨୨ ଶହ ଏକ ପଜିଟିଭ ଚିହ୍ନଟ ହୋଇଛନ୍ତି । କରୋନା ଦ୍ୱିତୀୟ ଲହରରେ ଖୋର୍ଦ୍ଧାର ସଂକ୍ରମଣ ସ୍ଥିତି ସାଂଘାତିକ ହୋଇପଡିଛି । ଲକଡାଉନ, ସଟଡାଉନର କୌଣସି ପ୍ରଭାବ ଏଯାଏ ଦେଖିବାକୁ ମିଳିନି । ଖୋର୍ଦ୍ଧା ଜିଲ୍ଲାରୁ ଯେତିକି ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ସେଥିରୁ ଅଧିକାଂଶ ଆକ୍ରାନ୍ତ ଭୁବନେଶ୍ୱର । ତେଣୁ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ବିମଏସି ପାଇଁ ମଧ୍ୟ ଏକ ଚ୍ୟାଲେଂଜ ହୋଇଛି ।
ସେହିପରି ଗତ ୨୪ ଘଂଟାରେ ରାଜ୍ୟରେ ସର୍ବାଧିକ ମୃତ୍ୟୁ ୨୨ ଜଣଙ୍କ ହୋଇଥିବା ବେଳେ ସେଥିମଧ୍ୟରୁ ଖୋର୍ଦ୍ଧାର୍ ସର୍ବାଧିକ ୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମେ ମାସର ସଂକ୍ରମଣ ଲୋକଙ୍କୁ ଭୟଭୀତ କରିପକାଇଛି । ତେଣୁ ଆଗକୁ ସ୍ଥିତି ମଧ୍ୟ ଆହୁରି ଭ୍ରଙ୍କର ହୋଇପାରେ । ଲକଡାଊନ ମଧ୍ୟ ମେ ଶେଷ ଯାଏ ବଢାଇପାରନ୍ତି ରାଜ୍ୟସରକାର । ଲକଡାଉନ କଟକଣା ମଧ୍ୟ ଆହୁର କଡାକଡି କରାଯାଇପାରେ ।