ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ
ପରଲୋକରେ ବ୍ରଜରାଜନଗର ବିଜେଡି ବିଧାୟକ କିଶୋର ମହାନ୍ତି । କିଶୋର ମହାନ୍ତିଙ୍କ ଆକସ୍ମିକ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । କିଶୋର ମହାନ୍ତିଙ୍କ ଦେହାନ୍ତକୁ କେହି ବିଶ୍ୱାସ କରିପାରୁନାହାନ୍ତି । ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା । ହୃଦଘାତ ପରେ ସେ ଚିକିତ୍ସାଧିନ ଥିଲେ । ଝାରସୁଗୁଡାର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା ।
୧୯୫୮ ମସିହା ଡିସେମ୍ବର ୪ ତାରିଖରେ କିଶୋର କୁମାର ମହାନ୍ତିଙ୍କ ଜନ୍ମ ହୋଇଥିଲା । ଜଣେ ସଫଳ ରାଜନୀତିଜ୍ଞ ଭାବେ ସେ ବେଶ ପରିଚିତ ଥିଲେ । ସେ ଓଡିଶା ବିଧାନସଭାକୁ ୧୯୯୯,୨୦୦୦,୨୦୦୪ ଏବଂ ୨୦୧୯ ମସିହାରେ ନିର୍ବାଚିତ ହୋଇଥିଲେ । ପ୍ରଥମେ ଝାରସୁଗୁଡା ଓ ପରେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରୁ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ବିଧାୟକ ଭାବେ ସେ ବିଧାନସଭାକୁ ମୋଟ ୪ ଥର ନିର୍ବାଚିତ ହୋଇଥିଲେ ।
୨୦୦୮ରୁ ୨୦୦୯ ପର୍ୟ୍ୟନ୍ତ ସେ ଓଡିଶା ବିଧାନସଭାର ବାଚସ୍ପତି ଭାବରେ ମଧ୍ୟ କାର୍ୟ୍ୟ କରିଥିଲେ । ୨୦୦୪ ରୁ ୨୦୦୭ ପର୍ୟ୍ୟନ୍ତ ସରକାରୀ ଦଳ ମୁଖ୍ୟ ସଚେତକ ମଧ୍ୟ ଥିଲେ । ୨୦୧୪ ରୁ ୨୦୧୯ ପର୍ୟ୍ୟନ୍ତ ପଶ୍ଚିମଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଦାୟିତ୍ବ ମଧ୍ୟ ତୁଲାଇଥିଲେ । ଏବେ ତାଙ୍କର ବିୟୋଗ ପରେ ଓଡିଶା ରାଜନୀତିରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ।