THE BYAPINI

ଆଜି କୁଚିଣ୍ଡା ୧୨ ଘଣ୍ଟିଆ ବନ୍ଦ

Get real time updates directly on you device, subscribe now.

ଆଜି କୁଚିଣ୍ଡା ୧୨ ଘଣ୍ଟିଆ ବନ୍ଦ । କଂଗ୍ରେସ ଓ ବିଜେପି ପକ୍ଷରୁ ବନ୍ଦ ପାଳନ କରାଯାଉଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ପାଳନ । ବିଜେଡି କର୍ମୀଙ୍କ ଗୁଣ୍ଡାଗିରି ପ୍ରତିବାଦରେ ବନ୍ଦ ପାଳନ କରାଯାଉଛି ।

ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ପ୍ରତିବାଦ କରୁଥିବା ବିଜେପି ଓ କଂଗ୍ରେସ କର୍ମୀଙ୍କୁ ଗୋଡେଇ ଗୋଡେଇ ମାଡ ମାରିଥିଲେ ବିଜେଡି କର୍ମୀ । ଏହାର ପ୍ରତିବାଦରେ କୁଚିଣ୍ଡା ବନ୍ଦ ଡାକରା ଦେଇଛନ୍ତି ଉଭୟ କଂଗ୍ରେସ ଓ ବିଜେପି ଦଳ । ବନ୍ଦ ଯୋଗୁଁ ସହରରେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଗାଡି ଚଳାଚଳ ମଧ୍ୟ ବନ୍ଦ ରହିଛି । ତେବେ ବନ୍ଦ ଡାକରାକୁ କୁଚିଣ୍ଡା ବ୍ୟବସାୟୀ ସଂଘ ସମର୍ଥନ ଦେବ ନାହିଁ ବୋଲି କହିଛି ବୈଠକରେ ଦୀପାବଳୀ ଓ ଧନତେରାସରେ ଥିବାରୁ ବନ୍ଦ ଡାକରାକୁ ସମର୍ଥନ ନଦେବାକୁ ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.