THE BYAPINI

ଚିନ୍ତା ବଢାଇଲା ଖୋର୍ଦ୍ଧା

Get real time updates directly on you device, subscribe now.

ଦେଶରେ ଏବେ ସ୍ଥିତି ଅଣାୟତ ହେବାରେ ଲାଗିଛି । ପ୍ରତି ରାଜ୍ୟରେ ଦୈନିକ ସଂକ୍ରମଣ ଦ୍ରୁତ ଗତିରେ ମାଡ଼ି ଚାଲିଛି । କୋଭିଡ ସଂକ୍ରମଣକୁ ରୋକିବା ଲାଗି ସାରା ରାଜ୍ୟରେ ନାଇଟଠ କର୍ଫ୍ୟୁ , କଟକଣାର ସପ୍ତାହିକ ସଟଡାଉନ ଆରମ୍ଭ ହୋଇଥିଲେ ମଧ୍ୟ କରୋନା ସଂକ୍ରମଣ ବଢିବାରେ ଲାଗିଛି । ରାଜ୍ୟରେ ଗତ ୩ ଦିନ ହେବ ସଂକ୍ରମଣ ୩ ହଜାର ଉପରେ ରହିଛି । ତେବେ ଖୋର୍ଦ୍ଧାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୦୦ ଟପିଛି । ଯାହା ଜିଲ୍ଲା ପ୍ରଶାସନର ନିଦ ହଜାଇଦେଇଛି ।

ଦିନକୁ ଦିନ ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା ସୁନ୍ଦରଗଡ଼ ପରେ ଏବେ ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୪ ଘଣ୍ଟା ମଧ୍ୟରେ ୩୬୬୪ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ କେବେଳ ୭୦୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଦୁଇ ଜଣ ସୁନ୍ଦରଗଡ଼ ଓ ବରଗଡ଼ ଜିଲ୍ଲାର ।

ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତା ପଛକୁ ରହିଛି ସୁନ୍ଦରଗଡ଼ । ସୁନ୍ଦରଗଡ ୩୪୦, କଳାହାଣ୍ଡିରୁ ୩୨୪, ନୂଆପଡାରୁ ୨୨୧, ସମ୍ବଲପୁରରୁ ୧୯୯, କଟକରୁ ୧୯୮, ଝାରସୁଗୁଡାରୁ ୧୮୩ ପଜେଟିଭ୍ ଚିହ୍ନଟ ହୋଇଛି । ସେପଟେ ୧୦ ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ୧୦୦ ଉପରେ ରହିଛି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୪୪ହଜାର ୮୨୫ରେ ପହଁଚିଛି ।

ଛତିଶଗଡ ସୀମାବର୍ତ୍ତୀ ୧୦ ଜିଲ୍ଲାର ସହରାଞ୍ଚଳର ସପ୍ତାହାନ୍ତ ସଟ୍‌ଡାଉନ୍‌ର ଆଜି ଦ୍ୱିତୀୟ ଦିନ। ଗତକାଲି ପ୍ରଥମ ଦିନରେ ସୀମାନ୍ତବର୍ତ୍ତୀ ୧୦ ଜିଲ୍ଲାର ସହରାଞ୍ଚଳରେ ଦୋକାନବଜାର, ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। କେବଳ ଅତ୍ୟାବଶ୍ୟକ ସେବାକୁ ଅନୁମତି ମିଳିଥିଲା। ୨୦ ଜିଲ୍ଲାର ସହାରାଞ୍ଚଳରେ ଗତକାଲି ରାତି ୯ଟାରୁ ସକାଳ ୫ଟା ପର୍ୟ୍ୟନ୍ତ ଲାଗିଥିଲା ନାଇଟ୍ କର୍ଫ୍ୟୁ । ନାଇଟ୍ କର୍ଫ୍ୟୁ ସମୟରେ କଟକ, ଭୁବନେଶ୍ୱରରେ ୧୪୪ ଧାରା ଜାରି କରାଯାଇଥିଲା।

Get real time updates directly on you device, subscribe now.

Leave A Reply

Your email address will not be published.