THE BYAPINI

ସୀମା ଟପୁଛି ସଂକ୍ରମଣ

Get real time updates directly on you device, subscribe now.

ଦେଶରେ ସାଂଘାତିକ ହେଉଛି ସଂକ୍ରମଣ । ସୁଅ ପରି ମାଡିଚାଲିଛି ଭାଇରସ । ପ୍ରତିଦିନ ଲକ୍ଷ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ସେହି ଅନୁପାତରେ ବଢିଚାଲିଛି । ବିଭିନ୍ନ ରାଜ୍ୟରୁ ଆସୁଥିବା କରୋନାର କରୁଣ ଚିତ୍ର ଲୋକଙ୍କୁ ଭୟଭୀତ କରିଦେଇଛିଉା ବିିଭିନ୍ନ ରାଜ୍ୟରେ ଲକଡାଉନ ସତ୍ୱେ ବି ସଂକ୍ରମଣ ନିୟନ୍ତ୍ରଣ ହେଉନି । କେଉଁଠି ହସ୍ପିଟାଲ ବାହାରେ ରୋଗୀ ପଡିଛି ତ , କେଉଁଠି ବେଡ ନାହିଁ । ଆଉ କେଉଁଠି ଅକ୍ସିଜେନ ଅଭାବରୁ ଜୀବନ ମୃତ୍ରୁ୍ୟ ସହ ସଂଘର୍ଷ କରୁଛି ରୋଗି । ଏପରିକି ଶ୍ମଶାନରେ ମଧ୍ୟ ଶବ ପାଇଁ ଜାଗାନାହିଁ ।

ଦେଶରେ ଆଜି ବି ସଂକ୍ରମଣ ୪ ଲକ୍ଷ ପାର । ଗତ ୨୪ ଘଂଟାରେ ଦେଶରେ ୪ ଲକ୍ଷ ୧୪ ହଜାର ୧୮୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଦିନକରେ ଯାଇଛି ୩ ହଜାର ୯୧୫ ଜଣଙ୍କ ଜୀବନ । ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୨,୧୪,୯୧,୫୯୮ ଓ ମୃତ୍ୟୁସଂଖ୍ୟା ୨,୩୪,୦୮୩ରେ ପହଞ୍ଚିଛି।
ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ୩,୩୧,୫୦୭ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୧,୭୬,୧୨,୩୫୧ରେ ପହଞ୍ଚିଛି।ଏହା ବ୍ୟତିରେକେ, ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩୬,୪୫,୧୬୪।କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧୬,୪୯,୭୩,୦୫୮ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି।

‘ଆଇସିଏମ୍ଆର୍‌’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ମେ ୬ ତାରିଖ ସୁଦ୍ଧା ସମୁଦାୟ ୨୯,୮୬,୦୧,୬୯୯ ନମୁନା ପରୀକ୍ଷା ସରିଛି। ଗତକାଲି ପରୀକ୍ଷା ହୋଇଛି ୧୮,୨୬,୪୯୦ଟି ନମୁନା।

Get real time updates directly on you device, subscribe now.

Leave A Reply

Your email address will not be published.