ପୁଣି ସଂକ୍ରମଣ ଉପରମୁହାଁ
ତଳକୁ ଖସୁନି ସଂକ୍ରମଣ । ଗତ ଦୁଇ ଦିନ ଧର ସଂକ୍ରମଣ ସଂଖ୍ୟା ସାମାନ୍ୟ ହ୍ରାସ ପରେ ପୁଣି ବଢିଛି । ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ୪ ହଜାର ଉପରେ ରହୁଛି ।ଦେଶବାସୀଙ୍କୁ ଅଥୟ କଲାଣି ମହାମାରୀ । ଲକଡାଉନ, ସଟଡାଉନ ପରେ ବି ସଂକ୍ରମଣରେ ବ୍ରେକ ଲାଗୁନି । ତେବେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଶିଖର ଛୁଇଁସାରିଛି ବୋଲି ଗବେଷକମାନେ କହିଛନ୍ତି । କେମ୍ବ୍ର୍ରିଜ ଜଜ ବିଜିନେସ ସ୍କୁଲ ଓ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଇକୋନୋମିକ ଆଣ୍ଡ ସୋସିଆଲ ରିସର୍ଚରେ ଗବେଷକ ମାନେ ପ୍ରସ୍ତୁତ କରିଥିବା ନୂଆ ଟ୍ରାକକୁ ଆଧାର କରି ଏହା କୁହାଯାଇଛି ।
ଗତ ୨୪ ଘଂଟାରେ ଦେଶବ୍ୟାପୀ ୩ ଲକ୍ଷ ୬୨ ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନା ସଂକ୍ରମଣ ବୃଦ୍ଧି ସହିତ ଦେଶରେ ୨୪ ଘଂଟାରେ ୪ ହଜାର ୧୨୬ ଜଣଙ୍କ ମୃତ୍ୟୁ ହୋଇଛି ।ଏହା ପୂର୍ବରୁ ବୁଧବାର ଦେଶରେ ୪ ହଜାର ୨୦୫ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହା ଥିଲା ଦୈନିକ ମୃତ୍ୟୁର ସର୍ବାଧିକ ।
କିଛି ରାଜ୍ୟରେ ସଂକ୍ରମଣ କମୁଥିବା କିଛି ରାଜ୍ୟରେ ସଂକ୍ରମଣ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ବଢିଚାଲିଛି । କରୋନା ଚେନକୁ ବ୍ରେକ କରିବାରେ ବିିଭିନ୍ନ କଟକଣା ଲାଗୁ ପରେ ମଧ୍ୟ ସ୍ଥିତି ନିୟନ୍ତ୍ରଣକୁ ଆସିନାହିଁ ।