THE BYAPINI

୧୨ ହଜାର ଡେଇଁଲା..ଚିନ୍ତା ବଢିଲା

Get real time updates directly on you device, subscribe now.

ସୀମା ଡେଇଁଲା ସଂକ୍ରମଣ । ଦିନକୁ ଦିନ ସାଂଘାତିକ ହେବାରେ ଲାଗିଛି ଭାଇରସ । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ କରୋନାର ଆସିଛି ଅଲୋଡା ରେକର୍ଡ । ୧୨ ହଜାର ଡେଇଁଛି ଆକ୍ରାନ୍ତଙ୍କ ସଂଖ୍ୟା । ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ତେବେ ଚିନ୍ତା ବଢାଇଛନ୍ତି ସୁନ୍ଦରଗଡ ଓ ଖୋର୍ଦ୍ଧା । ସୁନ୍ଦରଗଡରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକରେ ୨ ହଜାର ଟପିଥିବା ବେଳେ ଖୋର୍ଦ୍ଧାରେ ୧୮ ଶହ ଟପିଛି ।

ଟେଷ୍ଟିଂ ବଢୁଛି, ସଂଖ୍ୟା ବଢୁଛି । ଲକଡାଉନ, ସଟଡାଉନ, ପରେ ବି ସଂକ୍ରମଣ ବେକାବୁ ହେବାରେ ଲାଗିଛି । ଗତ ୨୪ ଘଂଟାରେ ରାଜ୍ୟରେ ୫୦ ହଜାର ୭୯୯ ନମୂନା ପରୀକ୍ଷା ହୋଇଥିବା ବେଳେ ୧୨ ହଜାର ୨୩୮ ଆକ୍ରାନ୍ତ ଚିହ୍ଟ ହୋଇଛନ୍ତି । ସେହିପରି ଦିନକରେ ଯାଇଛି ୧୯ ଜଣଙ୍କ ଜୀବନ । ସଂକ୍ରମଣ ସଂଖ୍ୟା ସହ ମୃତ୍ୟୁ ସଂଖ୍ୟା ମଧ୍ୟ କ୍ରମାଗତ ଭାବେ ବଢିଚାଲିଛି । ସେହିପରି ୨୪ ଜିଲ୍ଲାରେ ୩ ଅଙ୍କ ଉପରେ ରହିଛି ସଂକ୍ରମଣ ।

ସୁନ୍ଦରଗଡରେ ସର୍ବାଧିକ ୨ ହଜାର ୭୩ ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରେ ୧୮ ଶହ ୨୮ ଓ କଟକରେ ୯୧୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱରରେ ୪୩୭, ବରଗଡରେ ୪୭୫, କଳାହାଣ୍ଡିରେ ୫୮୦, ନବରଙ୍ଗପୁରରେ ୨୮୨, ନୂଆପଡାରେ ୨୯୦ ଓ ସମ୍ବଲପୁରରେ ୫୪୪ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଦିନକରେ ୧୯ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି ।ମୃତକଙ୍କ ମଧ୍ୟରୁ ସୁନ୍ଦରଗଡ ଜିଲ୍ଲାରୁ ୪ ଜଣ, ପୁରୀରୁ ୨, ଗଞ୍ଜାମରୁ ୨ ଜଣ, ଖୋର୍ଧାରୁ ଜିଲ୍ଲାରୁ ୪ ଜଣ ଲେଖାଏଁ ରହିଥିବା ବେଳେ ଦେବଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ଅନୁଗୋଳ, ବଲାଙ୍ଗୀର, ଗଜପତି ଓ କଟକ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.