୩ ଜିଲ୍ଲାରେ ହଜାରେ ଉପରେ..
ରାଜ୍ୟରେ ସଂକ୍ରମଣ ଖସିବାର ନାଁ ନେଉନି । ଯୁଆଡେ ଦେଖିବ ସବୁ ଆଡେ ସ୍ଥିତି ଖରାପ । ଲୋକଙ୍କ ଆଖିରୁ ନିଦ ହଜାଇଦେଇନି କରୋନା । ଲକଡାଉନ, ସଟଡାଉନର କୌଣସି ପ୍ରଭାବ ଏଯାଏ ଦେଖିବାକୁ ମିଳିନ । ସଂକ୍ରମଣ ସଂଖ୍ୟା ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି । ଖୋର୍ଦ୍ଧାରେ ପ୍ରତିଦିନ ସର୍ବାଧିକ ପଜିଟିଭ ଚିହ୍ନଟ ହେଉଥିବା ବେଳେ ଖୋର୍ଦ୍ଧା ସମେତ ୩ ଜିଲ୍ଲାରେ ସଂକ୍ରମଣ ହଜାରେ ଉପରେ ଟପିଛି । ଟେଷ୍ଟଂ ବଢିବା ସହ ସଂକ୍ରମଣ ସଂଖ୍ୟା ମଧ୍ୟ ସେହି ଅନୁପାତରେ ବଢୁଛି ।
ଗତ ୨୪ ଘଂଟାରେ୫୬ ହଜାର ୬୦୨ କରୋନା ନମୂନା ପରୀକ୍ଷା ହୋଇଥିବା ବେଳେ ୧୧ ହଜାର ୮୦୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବିଶେଷକରି ୩ ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ହଜାରେ ଉପରେ ରହିଛି । ଖୋର୍ଦ୍ଧରୁ ସର୍ବାଧିକ ୧୪ ଶହ ୧୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତା ପଛକୁ ସୁନ୍ଦରଗଡ ରହିଛି । ସୁନ୍ଦରଗଡରେ ୧୨ ଶହ ୦୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ପଛକୁ କଟକରେ ୧୧ଶହ ୯୭ ପଜିଟିଭି ଦିନକରେ ଚିହ୍ନଟ ହୋଇଛନ୍ତି । ଏହି ୩ ଜିଲ୍ଲାରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ଏକ ପ୍ରକାର ଚ୍ୟାଲେଂଜ ହୋଇଯାଇଛି । ସେହିପରି ଅନୁଗୁଳରୁ ୬୬୮, ବାଲେଶ୍ୱରରୁ ୩୦୩, ସମ୍ବଲପୁରରୁ ୫୫୩,ନୂଆପଡାରୁ ୩୦୭,ନୟାଗଡରୁ ୨୮୦, ଜଗତସିଂହପୁରରୁ ୨୭୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଦିନକରେ ୨୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନୁଗୁଳରୁ ୩ ଜଣଙ୍କ ମୃତ୍ୟୁ ହୋଇଛି । ପୁରୀ, ସୁନ୍ଦରଗଡ, ରାୟଗଡା,କେନ୍ଦ୍ରାପଡା,କଳାହାଣ୍ଡିରୁ ୨ ଜଣ ଲେଖାଁଏ ଏବଂ ବୌଦ୍ଧ, ଗଜପତି,କୋରାପୁଟ, ନୂଆପଡାରୁ ଜଣେ ଲେଖାଁଏ ଆକାନ୍ତଙ୍କ ଜୀବନ ଯାଇଛି ।