କମୁନି କରୋନା…କାମ ଦେଉନି କଟକଣା
ଲକଡାଉନ,ସଟଡାଉନ ପରେ ବି ରାଜ୍ୟରେ କମିବାର ନାଁ ନେଉନି ସଂକ୍ରମଣ । ସ୍ଥିତି ଅସମ୍ଭାଳ ହୋଇପଡିଛି । ପ୍ରତିିଦିନ ନୂଆ ନୂଆ ରେକର୍ଡ କରୁଛି କରୋନା । ରାଜ୍ୟର ବିଭିନ୍ନ ଜିଲ୍ଲାରେ ସମାନ ସ୍ଥିତି ଦେଖିବାକୁ ମିଳିଛି । ପ୍ରତିଦିନ ବିଭିନ୍ନ ଜିଲ୍ଲାରୁ ଆସୁଛି କରୋନାର କରୁଣ ଚିତ୍ର । ଓଡିଶାରେ କେବେ କମିବ ସଂକ୍ରମଣ ତାହା ଏବେ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଟେଷ୍ଟିଂ ବଢିବା ସହ ସଂକ୍ରମଣ ସଂଖ୍ୟା ମଧ୍ୟ ବଢୁଛି । ଖୋର୍ଦ୍ଧାରେ ପ୍ରତିଦିନ ହଜାରେ କି ପନ୍ଦର ଶହ ଉପରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । କିଭଳି କରୋନା ଚେନକୁ ବ୍ରେକ କରିହେବ ତାହା ଏବେ ରାଜ୍ୟ ସରକାରଙ୍କ ପାଇଁ ଚ୍ୟାଲେଂଜ ପାଲଟିଛି ।
ଗତ ୨୪ ଘଂଟାରେ ରାଜ୍ୟରେ ୫୬ ହଜାର ୮୪୨ କରୋନା ନମୂନା ପରୀକ୍ଷା ହୋଇଥିବା ବେଳେ ୧୧ ହଜାର ୭୩୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଯେଉଁଥିରେ ଖୋର୍ଦ୍ଧାରୁ ସର୍ବାଧିକ ଅଛନ୍ତି ଦିନକରେ ଖୋର୍ଦ୍ଧରୁ ୧୭୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୮୭୦, ଅନୁଗୁଳ- ୭୦୦, ସୁନ୍ଦରଗଡ଼- ୬୪୧ ସମ୍ବଲପୁର- ୫୩୮, ବାଲେଶ୍ୱର- ୪୭୨, ମୟୂରଭଞ୍ଜ- ୪୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ନବରଙ୍ଗପୁର- ୪୧୭, ଭଦ୍ରକ- ୪୧୪, ବଲାଙ୍ଗିର- ୪୦୧, ଝାରସୁଗୁଡ଼ା- ୩୯୧, ପୁରୀ- ୩୯୦, ଯାଜପୁର- ୩୮୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସେହିପରି ଦିନକରେ ୧୯ ଜଣଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧତ୍କ ୪, ଅନୁଗୁଳରୁ ୩,ରାୟଗଡାରୁ ୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେହିପରି ନୂଆପଡାରୁ ୨ ଜଣ,ସୁନ୍ଦରଗଡରୁ ୨ ଜଣ,ଗଜପତି,କେନ୍ଦ୍ରାପଡା,ନବରଙ୍ଗପୁର,ନୟାଗଡ ଓ ପୁରୀରୁ ଜଣେ ଲେଖାଁଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୬ଲକ୍ଷ ୧୨ହଜାର ୨୨୪ ଥିବା ବେଳେ ସୁସ୍ଥ ହେଲେଣି ୫ଲକ୍ଷ ୨ହଜାର ୪୫୫ ।ଦୈନିକ ପ୍ରାୟ ୧୦ ହଜାର ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ସୁସ୍ଥ ସଂଖ୍ୟା ମଧ୍ୟ ସମାନ ଅନୁପାତରେ ବଢିଚାଲିଛି । ରାଜ୍ୟରେ ୫ ଲକ୍ଷରୁ ଅଧିକ ସଂକ୍ରମିତ ସୁସ୍ଥ ହୋଇସାରିଛନ୍ତି । ଅଧିକ ଟେଷ୍ଟିଂ କରାଯାଉଥିବାରୁ ଅଧିକ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଉଛି ।