THE BYAPINI

ବଢୁଛି ବିପଦ

Get real time updates directly on you device, subscribe now.

ମାଡିଚାଲିଛି ମହାମାରୀ । କରୋନା ସଂକ୍ରମଣ ମାମଲାରେ ଆମେରିକାକୁ ଟପିଲା ଭାରତ । ବିଶ୍ୱରେ କରୋନା ଦୈନିକ ସଂକ୍ରମଣର ସର୍ବାଧିକ ମାମଲା ଭାରତରେ ଚିହ୍ନଟ ହୋଇଛି । ଦେଶର ବିଭିନ୍ନ ରାଜ୍ୟରେ କର୍ଫ୍ୟୁ, କଟକଣା, ଲକଡାଉନ ପରେ ବି ସଂକ୍ରମଣ ଅଣାୟତ ହେବାରେ ଲାଗିଛି । ଆଗକୁ ସ୍ଥିତି ଆହୁରି ଅସମ୍ଭାଳ ହୋଇପାରେ । ଅନେକ ରାଜ୍ୟରେ ହସ୍ପିଟାଲରେ ବେଡ ନାହିଁ, ଅକ୍ସିଜେନ ନାହିଁ । ଅକ୍ସିଜେନ ଅଭାବରୁ ଅନେକ ରୋଗୀଙ୍କ ମୃତ୍ୟୁ ହେଉଛି । ଦେଶରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି ।

ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୩୨ ହଜାର ୭୩୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୨୨୬୩ ଜଣଙ୍କ ମୃତ୍ୟୁ ହୋଇଛି । ଗତକାଲି ୨ହଜାର ୧୦୪ ଜଣଙ୍କ ମୃତ୍ୟୁ ହୋଇଥିଲା । ବିଶେଷଜ୍ଞଙ୍କ ମତରେ ମେ’ ୧୧ରୁ ୧୫ ମଧ୍ୟରେ କରୋନାର ଦ୍ୱିତୀୟ ଲହର ଏହାର ପିକ୍ ଅର୍ଥାତ ସର୍ବୋଚ୍ଚ ସଂକ୍ରମଣରେ ପହଂଚିବ । ସେତେବେଳେକୁ ଦୈନିକ ସଂକ୍ରମଣ ସାଢେ ୩ ଲକ୍ଷରୁ ୫ ଲକ୍ଷ ପର୍ୟ୍ୟନ୍ତ ରହିବ । ତେବେ ଗତ ୨୪ ଘଂଟାରେ ଦେଶରେ ୧ ଲକ୍ଷ ୯୩ ହଜାର ୨୭୯ଜଣ କରୋନାରୁ ସୁସ୍ଥ ମଧ୍ୟ ହଇଛନ୍ତି । ଫଳରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୪ ଲକ୍ଷ ୨୮ ହଜାର ୬୧୬ରେ ପହଂଚିଛି । ଦେଶରେ ମୃତ୍ୟୁ ସଂଖ୍ୟା ମଧ୍ୟ ୧ ଲକ୍ଷ ୮୬ ହଜାର ୯୨୦ ହୋଇଛି ।ଜାନୁଆରୀ ୮ ତାରିଖରେ ଆମେରିକାରେ ଦିନକରେ ସର୍ବାଧିକ ୩ ଲକ୍ଷ ୭ ହଜାର ମାମଲା ଚିହ୍ନଟ ହୋଇଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.