ଅଧିକ ଟେଷ୍ଟିଂ ବଢ଼ାଉଛି ସଂକ୍ରମିତଙ୍କ ସଂଖ୍ୟା
ରାଜ୍ୟରେ ଅଧିକ ଟେଷ୍ଟିଂ ବଢ଼ାଉଛି ସଂକ୍ରମିତଙ୍କ ସଂଖ୍ୟା । ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ କରୋନା ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଲକଡାଉନ,ସଟଡାଉନ ପରେ ବି ସଂକ୍ରମଣ ସଂଖ୍ୟା ନିୟନ୍ତ୍ରଣକୁ ଆସୁନାହିଁ । ଖୋର୍ଦ୍ଧାରେ କିନ୍ତୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ୨୪ଘଂଟାରେ ୬୯ହଜାର ୪୦୭ନମୁନା ପରୀକ୍ଷା ହୋଇଥିବା ବେଳେ ୧୧ହଜାର ୬୨୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରେ ସର୍ବାଧିକ ୨୦୨୧ ସଂକ୍ରମିତ ଚିହ୍ନଟ ହୋଇଛି ।
ଖୋର୍ଦ୍ଧାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୯୯୮,ବାଲେଶ୍ୱରରୁ ୫୦୮, ଢେଙ୍କାନାଳରୁ ୪୪୧, ଯାଜପୁରରୁ ୫୬୦, ସୁନ୍ଦରଗଡ଼ରୁ ୬୯୯ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୭ଲକ୍ଷ ୨୬ହଜାରକୁ ବୃଦ୍ଧି ପାଇଛି । ସେହିପରି ଦିନକରେ ୩୫ ଜଣଙ୍କ ମୃତ୍ରୁ୍ୟ ହୋଇଛି । ଅନୁଗୋଳ ଓ ଖୋର୍ଦ୍ଧାରୁ ଜଣ ଲେଖାଏଁ ପ୍ରାଣ ହରାଇଥିବା ବେଳେ ନବରଙ୍ଗପୁର ଓ ସୁନ୍ଦରଗଡରୁ ୪, ଝାରସୁଗୁଡା, କଳାହାଣ୍ଡି ଓ କୋରାପୁଟରୁ ୨ ଜଣ ଲେଖାଏଁ, ରାୟଗଡା, ଭଦ୍ରକ, ବୌଦ୍ଧ, କଟକ, ଗଞ୍ଜାମ, ଜଗତସିଂପୁର, କେନ୍ଦୁଝର ଓ ନୟାଗଡରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି । ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା୨୫୮୪କୁ ବୃଦ୍ଧି ପାଇଛି ।
ଚଳିତ ମାସରେ ୨ ଲକ୍ଷ ୮୧ ହଜାର ୮୦୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୪୧ ଜଣଙ୍କ ମୃତ୍ୟୁ ହେଲାଣି । ସେହିପରି ଏପ୍ରିଲ ମାସରେ ମୋଟ ଲକ୍ଷେ ୧୩ ହଜାର ୫୯୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୧୮ ଜଣଙ୍କ ମୃତ୍ୟୁ ହୋଇଥିଲା