କମୁଛି ସଂକ୍ରମଣ, ବଢୁଛି ମୃତ୍ୟୁସଂଖ୍ୟା
ରାଜ୍ୟରେ କମୁଛି ସଂକ୍ରମଣ । ୧୨.୫୯ପ୍ରତିଶତକୁ ଖସିଛି କରୋନା ସଂକ୍ରମଣ ହାର । ହେଲେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । କରୋନା ଜନିତ ମୃତ୍ୟୁସଂଖ୍ୟା କମିବାର ନାଁ ନେଉନି । ଦିନକରେ ସର୍ବାଧିକ ୪୦ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ସଂକ୍ରମଣ ହ୍ରାସ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ନିଦ ହଜାଇ ଦେଇଛି।
ଗତ ୨୪ ଘଂଟାରେ ରାଜ୍ୟରେ ୬୬ହଜାର ୬୮୩ ଟେଷ୍ଟିଂ ହୋଇଥିବା ବେଳେ ରାଜ୍ୟରେ ଆଉ ୮ହଜାର ୩୯୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୧୧ଶହ ୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୭୬୬, ଯାଜପୁରରୁ ୫୧୪ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜରୁ ୪୮୫, ଅନୁଗୁଳରୁ ୪୬୮, ସୁନ୍ଦରଗଡ଼ରୁ ୪୭୭, ପୁରୀରୁ ୪୭୫, ଢେଙ୍କାନାଳରୁ ୪୫୧, ରାୟଗଡ଼ାରୁ ୨୯୨, ଜଗତସିଂହପୁରରୁ ୨୬୯, ନୟାଗଡ଼ରୁ ୨୨୩, ବାଲେଶ୍ୱରରୁ ୨୪୦, କେନ୍ଦ୍ରାପଡାରୁ ୨୧୦, ନବରଙ୍ଗପୁରରୁ ୨୦୦ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସମ୍ବଲପୁରରୁ ୧୯୧, କଳାହାଣ୍ଡିରୁ ୧୯୦, ବରଗଡ଼ରୁ ୧୮୯, କେନ୍ଦୁଝରରୁ ୧୮୬, ଷ୍ଟେଟପୁଲରୁ ୧୮୫,କୋରାପୁଟରୁ ୧୭୮, ବୌଦ୍ଧରୁ ୧୬୬, ଭଦ୍ରକରୁ ୧୪୭, ସୋନପୁରରୁ ୧୪୩, ମାଲକାନଗିରିରୁ ୧୨୮, ବଲାଙ୍ଗୀରରୁ ୧୧୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କନ୍ଧମାଳରୁ ୯୫, ଦେଓଗଡ଼ରୁ ୮୧,ଗଜପତିରୁ ୮୦, ଗଞ୍ଜାମରୁ ୬୫, ଝାରସୁଗୁଡାରୁ ୫୩, ନୂଆପଡାରୁ ୩୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ୍ କରୋନା ପଜିଟିଭ ସଂଖ୍ୟା ୭ଲକ୍ଷ ୮୨ହଜାର ୧୩୧ରେ ପହଚିଂଛି ।
ସେହିପରି ଦିନକରେ ସର୍ବାଧିକ ୪୦ ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି।ଅନୁଗୁଳ, କଟକ, କଳାହାଣ୍ଡି, ଖୋର୍ଦ୍ଧାରୁ ୫ଜଣ ଲେଖାଏଁ ମୃତ୍ୟୁ ହୋଇଥିବା ବେଳେ ଝାରସୁଗୁଡାରୁ ୪, ରାୟଗଡା ଓ ବୌଦ୍ଧରୁ ୩ଜଣ ଲେଖାଏଁ ମୃତ। ସେହିପରି ନବରଙ୍ଗପୁର, ସମ୍ବଲପୁର, ଦେବଗଡ଼ରୁ ୨ଜଣ ଲେଖାଏଁ ମୃତ। ଯାଜପୁର ବାଲେଶ୍ୱର, ଢେଙ୍କାନାଳ, ମାଲକାନଗିରିରୁ ଜଣେ ଲେଖାଏଁଙ୍କ ଜୀବନ ନେଇଛି କରୋନା ।ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୮୩୧କୁ ବୃଦ୍ଧି ପାଇଛି । ସେହିପରି ୮୭୨୨୦୮୯ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୭୯୨୦୨୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୧୯୦୨୦୪୮ ସାମ୍ପୁଲ ଟେଷ୍ଟ୍ ହୋଇଛି ।