ମୃତ୍ୟୁ ହାରରେ ସାମାନ୍ୟ ହ୍ରାସ
ରାଜ୍ୟରେ ସଂକ୍ରମଣ ସ୍ଥିତିରେ ସୁଧାର ଆସୁଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଆସୁଥିବା ବେଳେ ଗତକାଲି ତୁଳନାରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇଛି । ଗତକାଲି ୬୪ ହଜାର ୮୫୦ କରୋନା ନମୂନା ପରୀକ୍ଷା ହୋଇଥିବା ବେଳେ ୩ ହଜାର ୮୦୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଦିନକରେ ୩୭ ଜଣ କରୋନାରେ ଆଖିବୁଜିଛନ୍ତି ।
ଗତ ୨୪ ଘଂଟାରେ ରାଜ୍ୟରେ ୩ ହଜାର ୮୦୬ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ୬୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୧୭୫, ବାଲେଶ୍ୱରଚ ୨୨୦, ବରଗଡ଼ରୁ ୫୮, ଭଦ୍ରକରୁ ୧୫୮, ବଲାଙ୍ଗିରରୁ ୨୮, ବୌଦ୍ଧରୁ ୩୫, କଟକରୁ ୩୯୩, ଦେବଗଡ଼ରୁ ୩୦, ଢେଙ୍କାନାଳରୁ ୪୩, ଗଜପତିରୁ ୪୫, ଗଂଜାମରୁ ୩୬, ଜଗତସିଂହପୁରରୁ ୧୩୦, ଯାଜପୁରରୁ ୩୪୬, ଝାରସୁଗୁଡ଼ାରୁ ୧୯, କଳାହାଣ୍ଡିରୁ ୪୩, କନ୍ଧମାଳରୁ ୩୪, କେନ୍ଦ୍ରାପଡ଼ାରୁ ୧୪୫, କେନ୍ଦୁଝରରୁ ୮୧, କୋରାପୁଟରୁ ୭୭, ମାଲକାନଗିରିରୁ ୭୫, ମୟୂରଭଂଜରୁ ୧୫୯, ନବରଙ୍ଗପୁରରୁ ୮୮, ନୟାଗଡ଼ରୁ ୧୩୪, ନୂଆପଡ଼ାରୁ ୩୧, ପୁରୀରୁ ୨୦୦, ରାୟଗଡ଼ାରୁ ୧୧୧, ସମ୍ବଲପୁରରୁ ୪୫, ସୁବର୍ଣ୍ଣପୁରରୁ୩୬, ସୁନ୍ଦରଗଡ଼ରୁ ୧୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଆଜିର ଆକ୍ରାନ୍ତଙ୍କୁ ମିଶାଇବା ପରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୭୦ ହଜାର ୪୯୮ ଛୁଇଁଛି।
ସେହିପରି ୩୭ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ ଜଣ ଥିବା ବେଳେ କଟକ ଓ କଳାହାଣ୍ଡିରୁ ୪ ଜଣ ଲେଖାଏଁ, ବରଗଡ଼, ଝାରସୁଗୁଡ଼ା, ପୁରୀ ଓ ସୁନ୍ଦରଗଡ଼ରୁ ୩ ଜଣ ଲେଖାଏଁ, ବଲାଙ୍ଗିର, ଦେବଗଡ଼, କେନ୍ଦ୍ରାପଡ଼ା ଓ ରାୟଗଡ଼ା ଜିଲ୍ଲାରୁ ୨ ଜଣ ଲେଖାଏଁ ଅଛନ୍ତି। ସେହିପରି ଗଜପତି, ମୟୂରଭଂଜ ଓ ସମ୍ବଲପୁର ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୭୦୪୯୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୪୩୩୩୮ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୮୨୩୫୯୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।