THE BYAPINI

ସଂକ୍ରମଣ: ଖସୁଛି,ବଢୁଛି

Get real time updates directly on you device, subscribe now.

ରାଜ୍ୟରେ କରୋନା ସଂକ୍ରମଣ କେବେ ଖସୁଛି ତ ପୁଣି କେବେ ବଢୁଛି । ସଂକ୍ରମଣ ହାର କେବେ ୫ ଉପରେ ରହୁଛି କେବେ ୫ ତଳକୁ ଖସୁଛି । ଏଯାଏ ନିୟନ୍ତ୍ରଣକୁ ଆସିନି ସଂକ୍ରମଣ । କିଛିଟା ଜିଲ୍ଲାରେ ଦୈନିକ ଆକ୍ରାନ୍ତଙ୍କ ସଂଖା ବଢି ବଢି ଚାଲିଛି । କଟକ, ଖୋର୍ଦ୍ଧା, ପୁରୀ, ବାଲେଶ୍ୱର, ପୁରୀରେ ପ୍ରତିଦିନ ନୂଆ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସେହିପରି ମୃତ୍ୟୁସଖ୍ୟା ମଧ୍ୟ କମିବାର ନାଁ ନେଉନି ।

ଗତ ୨୪ ଘଂଟାରେ ୬୬ ହଜାର ୧୦୯ ନମୂନା ପରୀକ୍ଷା ହୋଇଥିବା ବେଳେ ରାଜ୍ୟରେ ୩ ହଜାର ୩୧୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପିଜିଟିଭ ହାର ରହିଛି ୫ ଦଶମିକ୍ ୦୨ ପ୍ରତିଶତ । କଟକରୁ ସର୍ବାଧିକ ୫୬୬ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୪୪୦ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ବାଲେଶ୍ୱରରେ ସଂକ୍ରମଣ ଉପରମୁହାଁ ହେଉଛି । ବାଲେଶ୍ୱରରୁ ୩୯୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୧୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେବରଗଡ଼ରୁ ୪୭, ଭଦ୍ରକରୁ ୧୬୩, ବଲାଙ୍ଗିରରୁ ୧୦, ବୌଦ୍ଧରୁ ୧୬, ଦେବଗଡ଼ରୁ ୪, ଢେଙ୍କାନାଳରୁ ୬୯, ଗଜପତିରୁ ୧୨, ଗଞ୍ଜାମରୁ ୧୮, ଜଗତସିଂହପୁରରୁ ୧୩୦, ଯାଜପୁରରୁ ୧୯୪, ଝାରସୁଗୁଡ଼ାରୁ ୧୧, କଳାହାଣ୍ଡିରୁ ୩୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସେହିଭଳି କନ୍ଧମାଳରୁ ୨୩, କେନ୍ଦ୍ରାପଡ଼ାରୁ ୧୩୪, କେନ୍ଦୁଝରରୁ ୬୫, କୋରାପୁଟରୁ ୬୯, ମାଲକାନଗିରିରୁ ୭୧, ମୟୂରଭଞ୍ଜରୁ ୧୯୯, ନବରଙ୍ଗପୁରରୁ ୩୯, ନୟାଗଡ଼ରୁ ୧୧୧, ନୂଆପଡ଼ାରୁ ୪, ପୁରୀରୁ ୧୭୫, ରାୟଗଡ଼ାରୁ ୪୩, ସମ୍ବଲପୁରରୁ ୨୯, ସୋନପୁରରୁ ୧୭, ସୁନ୍ଦରଗଡ଼ରୁ ୩୬ ଏବଂ ଷ୍ଟେଟପୁଲରୁ ୯୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ୪୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯ ଜଣ ରହିଥିବା ବେଳେ ବରଗଡ଼, ନୟାଗଡ଼, ପୁରୀ ୫ ଜଣ ରହିଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରୁ ୪ଜଣ ରହିଥିବା ବେଳେ ଭଦ୍ରକ, ଗଞ୍ଜାମ, କଟକ ଜିଲ୍ଲାରୁ ୩ ଜଣ ରହିଛନ୍ତି । ସେହିପରି ଢେଙ୍କାନାଳ ଜିଲ୍ଲାରୁ ୨ଜଣ ଲେଖାଏଁ ରହିଥିବା ବେଳେ ବାଲେଶ୍ୱର , କେନ୍ଦୁଝର , ମୟୁରଭଞ୍ଜ, ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.