୩ ହଜାରରୁ ଖସୁନି ସଂକ୍ରମଣ…କଟକରୁ ସର୍ବାଧିକ
ରାଜ୍ୟରେ ୩ ହଜାର ତଳକୁ ସଂକ୍ରମଣ ଖସିବାର ନାଁ ନେଉନି । ମୃତ୍ୟୁସଂଖ୍ୟା ବି ଜୁଲାଇ ଆରମ୍ଭରୁ ଢେର ଅଧିତ ରହିଛି । ମୃତ୍ୟୁସଂଖ୍ୟା ମଧ୍ୟ କମୁନାହିଁ । ରାଜ୍ୟରେ ସଂକ୍ରମଣ ହାର ୫ ପ୍ରତିଶତ ତଳକୁ ଖସିଥିଲେ ଉପକୂଳବର୍ତି ଜିଲ୍ଲାଗୁଡିକରେ ଏହା ଢେର ଅଧକ ରହିଛି । ଯାହା ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।
ଗତ ୨୪ ଘଂଟାରେ ରାଜ୍ୟରେ ୭୪ ହଜାର ୨୨୫ କରୋନା ନମୂନା ପରୀକ୍ଷା ହୋଇଥିବା ବେଳେ ୩ ହଜାର ୨୨୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ହାର ରହିଛଇ ୪.୩୪% । ତେବେ କଟକରୁ ସର୍ବାଧିକ ଆକ୍ରାନ୍ତୁ ଚିହ୍ନଟ ହୋଇଛନ୍ତି । କଟକରୁ ସର୍ବାଧିକ ୬୧୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୪୨୨ ଚିହ୍ନଟ ହୋଇଛନ୍ତି।ଅନୁଗୁଳରୁ ୯୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୨୦୮, ବରଗଡ଼ରୁ ୨୪, ଭଦ୍ରକରୁ ୧୪୧, ବଲାଙ୍ଗିରରୁ ୨୨, ବୌଦ୍ଧରୁ ୧୬, ଦେବଗଡ଼ରୁ ୭, ଢେଙ୍କାନାଳରୁ ୪୧, ଗଜପତିରୁ ୯, ଗଞ୍ଜାମରୁ ୨୪, ଜଗତସିଂହପୁରରୁ ୨୧୨, ଯାଜପୁରରୁ ୧୯୦, ଝାରସୁଗୁଡ଼ାରୁ ୯, କଳାହାଣ୍ଡିରୁ ୨୫, କନ୍ଧମାଳରୁ ୨୫, କେନ୍ଦ୍ରାପଡ଼ାରୁ ୧୭୯, କେନ୍ଦୁଝରରୁ ୬୪, କୋରାପୁଟରୁ ୫୩, ମାଲକାନଗିରିରୁ ୬୬, ମୟୂରଭଞ୍ଜରୁ ୧୯୫, ନବରଙ୍ଗପୁରରୁ ୨୩, ନୟାଗଡ଼ରୁ ୧୧୪, ନୂଆପଡ଼ାରୁ ୧୬, ପୁରୀରୁ ୧୮୮, ରାୟଗଡ଼ାରୁ ୬୧, ସମ୍ବଲପୁରରୁ ୩୧, ସୋନପୁରରୁ ୧୨, ସୁନ୍ଦରଗଡ଼ରୁ ୬୬ ଓ ଷ୍ଟେଟପୁଲରୁ ୬୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଦିନକରେ କରୋନାରେ ୪୬ ଜଣଙ୍କ ମୃତ୍ୟୁ ହୋଇଛି । ଜୁଲାଇ ମାସରେ ଦୁଇ ଦିନରେ ୬ ହଜାର ୩୦୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୧ ଜଣଙ୍କ ମୃତ୍ୟୁ ହେଲାଣି । ରାଜ୍ୟରେ ଗତକାଲିରୁ ପଂଚମ ପଯ୍ୟାୟ ତାଲାବନ୍ଧ ଆରମ୍ଭ ହୋଇଥିବା ବେଳେ ୨୦ଟି ଜିଲ୍ଲାରେ ଲକଡାଉନ କୋହଳ କରାଯାଇଛି । ଆଉ ୧୦ଟି ଜିଲ୍ଲାରେ ଆଂଶିକ ଲକଡାଉନ ଲାଗୁ କରାଯାଇଛି ।