ନିୟନ୍ତ୍ରଣକୁ ଆସୁନି ସଂକ୍ରମଣ, କଟକରୁ ସର୍ବାଧିକ
ରାଜ୍ୟରେ ପଂଚମ ପର୍ଯ୍ୟାୟ ତାଲାବାନ୍ଦ ଚାଲିଛି । ତଥାପି ନିୟନ୍ତ୍ରଣକୁ ଆସୁନି ସଂକ୍ରମଣ । ୧୦ ଜିଲ୍ଲାରେ ସଂକ୍ରମଣ କମିବାର ନାଁ ନେଉନି । ଖୋର୍ଦ୍ଧା ଓ କଟକରେ ପ୍ରତିଦିନ ଶତାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । । ଗତ ୨୪ ଘଂଟାରେ ରାଜ୍ୟରେ ସଂକ୍ରମଣ ହାର ରହିଛି ୪.୦୩% । ହେଲେ ୧୦ ଜିଲ୍ଲାରେ ସଂକ୍ରମଣ ହାର ରାଜ୍ୟ ସଂକ୍ରମଣ ହାରଠୁ ଅଧିକ ରହିଛି ।
ଗତ ୨୪ ଘଂଟାରେ ରାଜ୍ୟରେ ୭୧ ହଜାର ୧୨୨ ନମୂନା ପରୀକ୍ଷା ହୋଇଥିବା ବେଳେ ୨ ହଜାର ୮୭୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ସର୍ବାଧିକ ୪୪୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୩୮୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବାଲେଶ୍ୱରୁ ୨୪୦, ଭଦ୍ରକରୁ ୧୨୮,ଜଗତସିଂହପୁରରୁ ୧୧୨,ଯାଜପୁରରୁ ୧୯୧,କେନ୍ଦ୍ରାପଡାରୁ ୧୫୭,ମୟୁରଭଂଜରୁ ୧୬୪, ନୟାଗଡର ୁ ୧୦୫,ପୁରୀରୁ ୧୬୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ୧୦ ଜିଲ୍ଲାରେ ରାଜ୍ୟ ସରକାର କଟକଣା ବଳବତର ରଖିଥିଲେ ବି ସଂକ୍ରମଣ ନିୟନ୍ତ୍ରଣକୁ ଆସୁନାହିଁ । ଖୋର୍ଦ୍ଧା, କଟକ ଓ ବାଲେଶ୍ୱର ଜିଲ୍ଲା ଏବେ ରେଡ ଜୋନରେ ଅଛି । ସେହିପରି ମୃତ୍ୟୁସଂଖ୍ୟା ମଧ୍ୟ ଅପରିବର୍ତିତ ରହିଛି । ଦିନକରେ ୪୨ ଜଣଙ୍କ ଜୀବନ ନେଇଛି କରୋନା ।
ଜୁଲାଇ ମାସରେ ୪ ଦିନରେ ୧୨ ହଜାର ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୭୮ ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୨୧ ହଜାର ୮୯୬ରେ ପହଚିଂଥିବା ବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୩୦ ହଜାର ୨୨୭ ।