THE BYAPINI

୩ ପ୍ରତିଶତ ତଳକୁ ଖସିଲା ପଜିଟିଭ ହାର

Get real time updates directly on you device, subscribe now.

ରାଜ୍ୟରେ କମୁଛି କରୋନା ସଂକ୍ରମଣ । ସଂକ୍ରମଣ ହାର ୩ ପ୍ରତିଶତକୁ ଖସିଲାଣି । ଉପକୂଳ ଜିଲ୍ଲାଗୁଡିକୁ ଛାଡିଦେଲେ ଅନ୍ୟ ଜିଲ୍ଲାଗୁଡିକରେ ସଂକ୍ରମଣ ନିୟନ୍ତ୍ରଣରେ ରହିଛି । ହେଲେ ଖୋର୍ଦ୍ଧାରେ କିନ୍ତୁ ଜମା ବି ନିୟନ୍ତ୍ରଣକୁ ଆସୁନି ସଂକ୍ରମଣ । ଗତ ୨୪ ଘଂଟାରେ ୭୮ ହଜାର ୪୬୬ କରୋନା ନମୂନା ପରୀକ୍ଷା କରାଯାଇଥିବା ବେେ ଖୋର୍ଦ୍ଧାରୁ ସର୍ବାଧିକ ୫୯୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୨୮୯,ଯାଜପୁରରୁ ୧୧,ମୟୁରଭଂଜରୁ ୧୪୧, ପୁରୀରୁ ୧୨୭,ବାଲେଶ୍ୱରରୁ ୧୪୬, ନୟାଗଡରୁ ୮୩,ଭଦ୍ରକରୁ ୭୧, ଜଗତସିଂହପୁରରୁ ୭୩ ସଂକ୍ରମିତ ଚିହ୍ନଟ ହୋଇଛି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୩୯ ହଜାର ୭୫୨ରେ ପହଚିଂଛି ।

ଆଜି ଆଉ ୬୫ ମୃତ୍ୟୁ ନେଇ ସୂଚନା ଦିଆଯାଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪ ଜଣଙ୍କ ମୃତ୍ୟୁ ହୋଇଛି । ପୁରୀ,କେନ୍ଦୁଝର, ବରଗଡରୁ ୬ ଜଣ ଲେଖାଁଏ, ଅନୁଗୁଳ, ମୟୁରଭଂଜରୁ ୫ ଲେଖାଁଏ ଓ ନୟାଗଡରୁ ୪ ଆକ୍ରାନ୍ତ କରୋନାରେ ଆଖିବୁଜିଛନ୍ତି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୩୯୭୫୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୫୪୬୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୦୯୬୩୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୫୯୯ରେ ପହଞ୍ଚିଛି ।

ସେପଟେ ମହାରାଷ୍ଟ୍ର ଓ କେରଳରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି ଓ ନୂଆ ମ୍ୟୁଟାଣ୍ଟ ଦେଖାଦେଇଛି। କରୋନାର ତୃତୀୟ ଲହର ଆସିଥିବା ସନ୍ଦେହ କରାଯାଉଛି । ଏହି ଦୁଇ ରାଜ୍ୟରୁ ଓଡ଼ିଶା ଆସୁଥିବା ଲୋକଙ୍କ ଉପରେ କଡା ନଜର ରଖିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।

Get real time updates directly on you device, subscribe now.

Leave A Reply

Your email address will not be published.