ଖୋର୍ଦ୍ଧାରେ କମିଲା ସଂକ୍ରମଣ
ରାଜ୍ୟରେ ଧୀରେ ଧୀରେ କମୁଛି ସଂକ୍ରମଣ । ହେଲେ ମୃତ୍ୟୁ ସଂଖ୍ୟାକୁ କିନ୍ତୁ ଦୈନିକ ୪୦ ଉପରେ ରହୁଛି । ତେବେ ବଡ଼ କଥା ହେଉଛି ପ୍ରତିଦିନ ସର୍ବାଧିକ ପଜିଟିଭ ଚିହ୍ନଟ ହେଉଥିବା ଖୋର୍ଦ୍ଧା ଜିଲ୍ଲାରୁ ସଂକ୍ରମଣ ୫୦୦ ତଳକୁ ଖସିଛି । ଯାହା ଆଶ୍ୱସ୍ତିକର ଖବର । କାରଣ ଏହି ଜିଲ୍ଲାରୁ ସବୁବେଳେ ହଜାରରେ ଉପରେ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଥିଲେ । ଏବେ ଖୋର୍ଦ୍ଧାକୁ ଟପିଯାଇଛି କଟକ ।
ଗତ ୨୪ ଘଂଟାରେ ୬୭ ହଜାର ୧୭୮ କରୋନା ନମୂନା ପରୀକ୍ଷା କରାଯାଇଥିବା ବେଳେ ୬୧୧୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପଜିଟିଭ ହାର ରହିଛି ୯.୧% । କଟକ ଜିଲ୍ଲାରୁ ସର୍ବାଧିକ ୬୪୦ ଜଣ ଚିହ୍ନଟ ହୋଇଥିବା ବେଳେ ପୂର୍ବ ଦିନଗୁଡ଼ିକ ତୁଳନାରେ ଖୋର୍ଦ୍ଧା ଜିଲ୍ଲାରେ ଏହି ସଂଖ୍ୟା ବହୁତ କମ୍ ରହିଛି। ଏହି ଜିଲ୍ଲାରୁ ମାତ୍ର ୪୯୫ ଜଣ ନୂଆ ପଜିଟିଜ୍ ଚିହ୍ନଟ ହୋଇଛନ୍ତି। ସେହିପରି ଯାଜପୁର ଜିଲ୍ଲାରୁ ୫୬୩ ଜଣ ଚିହ୍ନଟ ହୋଇଥିବା ବେଳେ ଅନୁଗୋଳରୁ ୪୧୬, ବାଲେଶ୍ୱରରୁ ୧୯୫, ବରଗଡ଼ରୁ ୧୬୪, ଭଦ୍ରକରୁ ୨୨୮, ବଲାଙ୍ଗିରରୁ ୮୩, ବୌଦ୍ଧରୁ ୧୧୨, ଦେବଗଡ଼ରୁ ୨୯, ଢେଙ୍କାନାଳରୁ ୧୨୩, ଗଜପତିରୁ ୩୦, ଗଞ୍ଜାମରୁ ୯୩, ଜଗତସିଂହପୁରରୁ ୨୧୮, ଝାରସୁଗୁଡ଼ାରୁ ୮୬, କଳାହାଣ୍ଡିରୁ ୮୦, କନ୍ଧମାଳରୁ ୧୪୩, କେନ୍ଦ୍ରାପଡ଼ାରୁ ୨୨୭, କେନ୍ଦୁଝରରୁ ୧୫୫, କୋରାପୁଟରୁ ୧୮୦, ମାଲକାନଗିରିରୁ ୧୦୭, ମୟୂରଭଞ୍ଜରୁ ୩୫୨, ନବରଙ୍ଗପୁରରୁ ୧୬୬, ନୟାଗଡ଼ରୁ ୧୬୧, ନୂଆପଡ଼ାରୁ ୩୬, ପୁରୀରୁ ୩୯୮, ରାୟଗଡ଼ାରୁ ୧୦୮, ସମ୍ବଲପୁରରୁ ୧୦୩, ସୋନପୁରରୁ ୫୨ ଓ ସୁନ୍ଦରଗଡ଼ରୁ ୨୭୨ ଜଣ ଚିହ୍ନଟ ହୋଇଛନ୍ତି।
ସେହିପରି ଦିନକରେ ଯାଇଛି ୪୧ ଜଣଙ୍କ ଜୀବନ । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ଜିଲ୍ଲାରୁ ସର୍ବାଧିକ ୬ ଜଣ ରହିଥିବା ବେଳେ ସୁନ୍ଦରଗଡ଼ରୁ ୪ ଜଣ ରହିଛନ୍ତି । ଗଞ୍ଜାମ ଓ ପୁରୀ ଜିଲ୍ଲାରୁ ୪ ଜଣ ଲେଖାଏଁ ରହିଛନ୍ତି । ସେହିପରି ବରଗଡ଼, ଗଜପତି, ଜଗତସିଂହପୁର, ଯାଜପୁର, ଝାରସୁଗୁଡା, ମୟୂରଭଞ୍ଜ, ସମ୍ବଲପୁର ଓ ସୋନପୁର ଜିଲ୍ଲାରୁ ୨ ଜଣ ଲେଖାଏଁ ରହିଥିବା ବେଳେ ଅନୁଗୁଳ, ବାଲେଶ୍ଵର, ଭଦ୍ରକ, ଦେବଗଡ, ଢେଙ୍କାନାଳ, କଳାହାଣ୍ଡି, କେନ୍ଦ୍ରାପଡା, କେନ୍ଦୁଝର ଓ ନୟାଗଡରୁ ଜଣେ ଲେଖାଏଁ ରହିଛନ୍ତି ।ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୦୩୫କୁ ବୃଦ୍ଧି ପାଇଛି ।