THE BYAPINI

କମୁଛି କରୋନା, କମୁନି ମୃତ୍ୟୁସଂଖ୍ୟା

Get real time updates directly on you device, subscribe now.

ରାଜ୍ୟରେ କମୁଛି କରୋନା ସଂକ୍ରମଣ । ଗତ ୨୪ଘଣ୍ଟାରେ ୧୮୬୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୪୯୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ୬୯, ବାଲେଶ୍ୱର ୧୧୪, ବରଗଡ ୨୪, ଭଦ୍ରକ ୬୫, ବଲାଙ୍ଗୀର ୫, ବୌଦ୍ଧ ୩, କଟକ ୨୨୧, ଦେବଗଡ ୬, ଢେଙ୍କାନାଳ ୮୪, ଗଜପତି ୩, ଗଞ୍ଜାମ ୧୨, ଜଗତସିଂହପୁର ୮୯, ଯାଜପୁର ୧୦୭, ଝାରସୁଗୁଡା ୮, କଳାହାଣ୍ଡି ୭, କନ୍ଧମାଳ ୧୬, କେନ୍ଦ୍ରାପଡା ୫୯, କେନ୍ଦୁଝର ୪୪, କୋରାପୁଟ ୭, ମାଲକାନଗିରି ୧୨, ମୟୂରଭଞ୍ଜ ୫୭, ନବରଙ୍ଗପୁର ୨, ନୟାଗଡ ୬୬, ନୂଆପଡା ୯, ପୁରୀ ୫୯, ରାୟଗଡା ୨୪, ସମ୍ବଲପୁର ୩୪, ସୋନପୁର ୬, ସୁନ୍ଦରଗଡ ୫୬ ଜଣ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଆଉ ୬୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୦ଜଣ ରହିଥିବା ବେଳେ ପୁରୀ ଜିଲ୍ଲାରୁ ୧୧ଜଣ । ଅନୁଗୁଳ ଜିଲ୍ଲାରୁ ୮ଜଣ ରହିଥିବା ବେଳେ ମୟୁରଭଞ୍ଜ ଜିଲ୍ଲାରୁ ୭ଜଣ ରହିଛନ୍ତି । କେନ୍ଦୁଝର ଜିଲ୍ଲାରୁ ୬ଜଣ ରହିଥିବା ବେଳେ ସୁନ୍ଦରଗଡ଼, ନୂଆପଡ଼ା, ମାଲକାନାଗିରି, କନ୍ଧମାଳ, ଜଗତସିଂହପୁର, ଗଞ୍ଜାମ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୪୪୫କୁ ବୃଦ୍ଧି ପାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.