THE BYAPINI

କମୁଛି ସଂକ୍ରମଣ..ହଜାରେକୁ ଖସିଲା ସଂଖ୍ୟା

Get real time updates directly on you device, subscribe now.

ରାଜ୍ୟରେ କମୁଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଓଡ଼ିଶାରେ ୧୦୩୨ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୪ ଘଂଟା ଭିତରେ ୬୭ହଜାର ୧୩୧ଟି ନମୁନା ପରୀକ୍ଷା ହୋଇଥିବା ବେଳେ ପଜିଟିଭ ରେଟ ରହିଛି ୧ ଦଶମିକ ୫୩ । ସେପଟେ ୬୭ ମୃତ୍ୟୁର ହିସାବ ଦେଲେ ସରକାର ।
ଖୋର୍ଦ୍ଧାରୁ ୨୩୭, ଅନୁଗୁଳରୁ ୪୮ ଜଣ, ବାଲେଶ୍ୱରରୁ ୩୬ ଜଣ, ବରଗଡ଼ରୁ ୮ ଜଣ, ଭଦ୍ରକରୁ ୪୭ ଜଣ, ବଲାଙ୍ଗୀରରୁ ୪ ଜଣ, ବୌଦ୍ଧରୁ ୨, କଟକରୁ ୧୫୪ ଜଣ, ଦେବଗଡ଼ରୁ ୮ ଜଣ, ଢେଙ୍କାନାଳରୁ ୨୫ ଜଣ, ଗଜପତିରୁ ୬ ଜଣ, ଗଞ୍ଜାମରୁ ୮ ଜଣ, ଜଗତସିଂହପୁରରୁ ୮୨ ଜଣ, ଯାଜପୁରରୁ ୪୩ ଜଣ, ଝାରସୁଗୁଡ଼ାରୁ ୩ ଜଣ, କଳାହାଣ୍ଡିରୁ ୬ ଜଣ, କନ୍ଧମାଳରୁ ୧୦ ଜଣ, କେନ୍ଦ୍ରାପଡ଼ାରୁ ୧୮ ଜଣ, କେଉଁଝରରୁ ୨୩ ଜଣ, କୋରାପୁଟରୁ ୯ ଜଣ, ମାଲକାନଗିରିରୁ ୬ ଜଣ, ମୟୁରଭଞ୍ଜରୁ ୨୦ ଜଣ, ନବରଙ୍ଗପୁରରୁ ୬ ଜଣ, ନୟାଗଡ଼ରୁ ୩୦ ଜଣ, ନୂଆପଡ଼ାରୁ ୧, ପୁରୀରୁ ୮୨ ଜଣ, ରାୟଗଡ଼ାରୁ ୮ ଜଣ, ସମ୍ୱଲପୁରରୁ ୧୯ ଜଣ, ସୋନପୁରରୁ ୧୦, ସୁନ୍ଦରଗଡ଼ରୁ ୨୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
୬୭ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨ ଜଣ ଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରୁ ୧୧ ଜଣ ଅଛନ୍ତି। ଅପରପକ୍ଷରେ କଟକ ଜିଲ୍ଲାରେ ୧୦ ଜଣଙ୍କ କରୋନାରେ ପ୍ରାଣହାନି ଘଟିଛି। ଏହାଛଡ଼ା ପୁରୀ ଜିଲ୍ଲାରୁ ୬ ଓ ଢେଙ୍କାନାଳ ଜିଲ୍ଲାରୁ ୫ ଜଣ ମୃତକ ରହିଛନ୍ତି । ଏଣେ ଗଞ୍ଜାମ ଓ ଜଗତସିଂହପୁର ଜିଲ୍ଲାରୁ ୪ ଜଣ ଲେଖାଏଁ ଥିବା ଜଣାଯାଇଛି । ଅନୁଗୁଳ ଓ ଭଦ୍ରକ ଜିଲ୍ଲାରୁ ୩ ଜଣ ଲେଖାଏଁ ମୃତକ ରହିଛନ୍ତି । ଠିକ୍ ସେହିପରି ବାଲେଶ୍ବର, ଝାରସୁଗୁଡ଼ା ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୨ ଜଣ ଲେଖାଏଁ ଥିବା ଜଣାଯାଇଛି । ଅପରପକ୍ଷରେ ବରଗଡ଼, ଯାଜପୁର ଓ କେନ୍ଦୁଝର ଜିଲ୍ଲାରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି ।୬ହଜାର ୩୩ରେ ପହଞ୍ଚିଛି ମୃତ୍ୟୁସଂଖ୍ୟା।

Get real time updates directly on you device, subscribe now.

Leave A Reply

Your email address will not be published.