କମୁୁଛି ସଂକ୍ରମଣ, ବଢୁଛି ମୃତ୍ୟୁସଂଖ୍ୟା
ରାଜ୍ୟରେ କରୋନା ସଂକ୍ରମଣ କମୁଥିବା ବେଳେ ମୃତ୍ୟୁ ସଂଖ୍ୟାରେ କିନ୍ତୁ ବ୍ରେକ ଲାଗୁନାହିଁ । ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । କରୋନା ଜନିତ ମୃତ୍ୟୁସଂଖ୍ୟା କମିବାର ନାଁ ନେଉନି । ଦୈନିକ କରୋନା ସଂକ୍ରମଣ ୫ ହଜାର ତଳକୁ ଖସିଥିବା ବେଳେ ଦିନକରେ ଆଉ ୪୭ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ଅଧିକ ରହିଛି ।
ଗତ ୨୪ ଘଂଟାରେ ରାଜ୍ୟରେ ୬୭ ହଜାର ୧୨୨ କରୋନା ନମୂନା ପରୀକ୍ଷା ହୋଇଥିବା ବେଳେ ୪ ହଜାର ୮୫୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ହାର ରହିଛି ୭.୨୨% । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୪୯ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୫୦୫ ଜଣ ଚିହ୍ନଟ ହୋଇଛନ୍ତି। ଏହି ଦୁଇ ଜିଲ୍ଲାକୁ ଛାଡ଼ି ଦେଲେ ଅନ୍ୟ କୌଣସି ଜିଲ୍ଲାରେ ଏହି ସଂଖ୍ୟା ୫୦୦ ଛୁଇଁ ନାହିଁ।ଅନୁଗୋଳ ଜିଲ୍ଲାରୁ ୨୭୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୩୬୪, ବରଗଡ଼ରୁ ୬୧, ଭଦ୍ରକରୁ ୨୨୨, ବଲାଙ୍ଗିରରୁ ୩୧, ବୌଦ୍ଧରୁ ୫୭, ଦେବଗଡ଼ରୁ ୨୦, ଢେଙ୍କାନାଳରୁ ୧୫୦, ଗଜପତିରୁ ୪୮, ଗଂଜାମରୁ ୪୦, ଜଗତସିଂହପୁରରୁ ୧୮୦, ଯାଜପୁରରୁ ୩୮୨, ଝାରସୁଗୁଡ଼ାରୁ ୧୬, କଳାହାଣ୍ଡିରୁ ୬୦, କନ୍ଧମାଳରୁ ୮୩, କେନ୍ଦ୍ରାପଡ଼ାରୁ ୨୮୭, କେନ୍ଦୁଝରରୁ ୯୬, କୋରାପୁଟରୁ ୮୮, ମାଲକାନଗିରିରୁ ୮୯, ମୟୂରଭଞ୍ଜରୁ ୨୧୦, ନବରଙ୍ଗପୁରରୁ ୧୦୮, ନୟାଗଡ଼ରୁ ୧୩୬, ନୂଆପଡ଼ାରୁ ୨୨, ପୁରୀରୁ ୨୩୭, ରାୟଗଡ଼ାରୁ ୧୦୫, ସମ୍ବଲପୁରରୁ ୪୧, ସୁବର୍ଣ୍ଣପୁରରୁ ୩୫ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୧୫୭ ଜଣ ଚିହ୍ନଟ ହୋଇଛନ୍ତି।
ସେହିପରି ୨୪ ଘଂଟାରେ ୪୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧାରୁ ୬ ଜଣ ଓ କଟକରୁ ୫, ଅନୁଗୁଳ ଓ ବରଗଡ଼ରୁ ୪ ଜଣ ଲେଖାଏ, ବାଲେଶ୍ୱର, ଭଦ୍ରକ, ବୌଦ୍ଧ, ଢେଙ୍କାନାଳ, ଗଞ୍ଜାମ, ନୟାଗଡ଼ରୁ ୩ ଜଣ ଲେଖାଏ, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀରୁ ୨ ଜଣ ଲେଖାଏ, ବଲାଙ୍ଗିର, ଯାଜପୁର, ରାୟଗଡ଼ା ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୨୫୭କୁ ବୃଦ୍ଧି ପାଇଛି ।